କନକ ବ୍ୟୁରୋ : ଭାରତ ବାୟୋଟେକ୍ ଉତ୍ପାଦିତ ସ୍ବଦେଶୀ କୋଭିଡ୍ ଟିକା ‘କୋଭାକ୍ସିନ୍’ କୋଭିଡ୍-୧୯ ସଂକ୍ରମଣ ପ୍ରତିହତ କରିବାରେ ୭୭.୮% ଫଳପ୍ରଦ ବୋଲି ଡାକ୍ତରୀ ଜର୍ଣ୍ଣାଲ୍ ‘ଲାନ୍ସେଟ୍’ରେ ପ୍ରକାଶିତ ସମୀକ୍ଷାରୁ ଜଣାପଡ଼ିଛି। ‘କୋଭାକ୍ସିନ୍’ର ୩ ପର୍ଯ୍ୟାୟ ନୈଦାନିକ ପରୀକ୍ଷା ପରେ ଏହାର ନିରାପତ୍ତା ଏବଂ ଫଳପ୍ରଦତା ଉପରେ ସଂଗୃହୀତ ତଥ୍ୟାବଳୀ ସମୀକ୍ଷା କରାଯାଇ ତାହାକୁ ‘ଲାନ୍ସେଟ୍’ରେ ପ୍ରକାଶ କରାଯାଇଛି । ଉକ୍ତ ଟିକା ‘ବି.୧.୬୧୭.୨ ଡେଲ୍ଟା ଭେରିଆଣ୍ଟ୍’ ସଂକ୍ରମଣ ଲକ୍ଷଣଯୁକ୍ତ ମାମଲାରେ ୬୩.୬% ସୁରକ୍ଷା ଏବଂ ଲକ୍ଷଣରହିତ ସଂକ୍ରମଣ କ୍ଷେତ୍ରରେ ୬୫.୨% ସୁରକ୍ଷା ଦେଉଛି ବୋଲି ଉକ୍ତ ସମୀକ୍ଷାରେ ପ୍ରକାଶ ପାଇଛି । ୪ ମାସ ତଳେ ‘ଭାରତ ବାୟୋଟେକ୍’ ଏହି ଅଧ୍ୟୟନ କରିଥିଲା ।
‘ଦି ଲାନ୍ସେଟ୍’ରେ ଶୁକ୍ରବାର ଦିନ ଉକ୍ତ ଅଧ୍ୟୟନ ପ୍ରକାଶିତ ହେବା ପରେ ‘ଭାରତ ବାୟୋଟେକ୍’ ବିବୃତି ଦେଇ କହିଛି, କୋଭିଡ୍-୧୯ ବିପକ୍ଷରେ ‘କୋଭାକ୍ସିନ୍’ ଫଳପ୍ରଦ ହୋଇପାରେ ବୋଲି କରାଯାଇଥିବା ଅନୁଶୀଳନକୁ ‘ଦି ଲାନ୍ସେଟ୍ ପିୟର୍ ରିଭ୍ୟୁ’ ସୁନିଶ୍ଚିତ କରିଛି । ‘କୋଭାକ୍ସିନ୍’ ହେଉଛି ଏକମାତ୍ର ଟିକା ଯାହାକୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବେଳେ ‘ଡେଲ୍ଟା ଭେରିଏଣ୍ଟ୍’ ବିପକ୍ଷରେ ପ୍ରୟୋଗ କରାଯାଇଥିଲା । ‘ଡେଲ୍ଟା ଭେରିଏଣ୍ଟ୍’ ବିପକ୍ଷରେ ଏହା ୬୫.୨% ଫଳପ୍ରଦ ବୋଲି ଜଣାପଡ଼ିଥିଲା । ୧୩୦ଟି ‘କୋଭିଡ୍-୧୯’ ସଂକ୍ରମଣ ମାମଲାରେ ଟିକାର ଫଳପ୍ରଦତା ବିଶ୍ଳେଷଣ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/12-15.jpg)