ଲକ୍ଷଣ ଥିବା କରୋନା ରୋଗୀଙ୍କ କ୍ଷେତ୍ରରେ କୋଭାକ୍ସିନ କେତେ ପ୍ରଭାବଶାଳୀ ? ଲାନସେଟ୍ ଇନଫେକସନ୍ ଡିଜିସ୍ ଜର୍ଣ୍ଣାଲରେ ତଥ୍ୟ ପ୍ରକାଶ

ଭାରତରେ ଡେଲଟା ଭାଇରସର ପ୍ରଭାବ ବେଳେ କରାଯାଇଥିଲା ଅଧ୍ୟୟନ

157

କନକ ବ୍ୟୁରୋ : ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ କୋଭାକ୍ସିନର ଦୁଇଟି ଡୋଜ୍ ୫୦ ପ୍ରତିଶତ ପ୍ରଭାବଶାଳୀ । ଲାନସେଟ୍ ଇନଫେକସନ୍ ଡିଜିଜ୍ ଜର୍ଣ୍ଣାଲରେ ଏନେଇ ତଥ୍ୟ ପ୍ରକାଶ ପାଇଛି । ଭାରତୀୟ ଭ୍ୟାକ୍ସିନର ରିୟଲ ୱାଲର୍ଡ ଆସେସମେଣ୍ଟରେ ଏହି ଦାବି କରାଯାଇଛି । ୧୫ ଏପ୍ରିଲରୁ ୧୫ ମେ’ ମଧ୍ୟରେ ଦିଲ୍ଲୀ ଏମ୍ସର ୨ ହଜାର ୭୧୪ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଏହି ଷ୍ଟଡି କରାଯାଇଥିଲା । ଏମାନଙ୍କ କରୋନା ଲକ୍ଷଣ ରହିଥିଲା ।

ଭାରତରେ ଡେଲ୍ଡା ଭାଇରସର ପ୍ରଭାବ ଥିବା ବେଳେ ଏହି ଷ୍ଟଡି କରାଯାଇଥିଲା । ଏହି ସମୟରେ ଦେଶରେ ୮୦ ପ୍ରତିଶତ ମାମଲା ଡେଲ୍ଟା ଭାରିଆଂରୁ ହେଉଥିଲା । ଏହା ପୂର୍ବରୁ ଲାନ୍ସଲେଟ୍ ପକ୍ଷରୁ କୁହାଯାଇଥିଲା କି ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ କୋଭାକ୍ସିନ୍ ୭୭ ଦଶମିକ ୮ ପ୍ରତିଶତ ପ୍ରଭାବଶାଳୀ । ଭାରତ ବାୟୋଟେକ୍ ଦ୍ୱାରା ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ଓ ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଲୋଜି ମିଳିତ ଭାବେ କୋଭାକ୍ସିନ୍ ପ୍ରସ୍ତୁତ କରୁଛନ୍ତି ।