ଦେଶୀ ଟିକା କୋଭାକ୍ସିନର ଚମତ୍କାରୀତାକୁ ନେଇ ଆସିଲା ଭଲ ଖବର : ନୂଆ ଅଧ୍ୟୟନରେ ଦାବି ଭାରତ ଓ ବ୍ରିଟେନ ଷ୍ଟ୍ରେନ ବିରୋଧରେ ପ୍ରଭାବୀ ହେଉଛି ଟିକା

303

କନକ ବ୍ୟୁରୋ : କରୋନା ଭୂତାଣୁର ବ୍ରିଟେନ ଏବଂ ଭାରତ ପ୍ରଜାତି ବିରୋଧରେ କୋଭାକ୍ସିନ ଟିକା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି । ଏନେଇ ଭାରତ ବାୟୋଟେକ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । କୋଭାକ୍ସିନ ଶରୀରର ଏଭଳି ଆଣ୍ଟିବଡି ସୃଷ୍ଟି କରୁଛି ଯାହା କରୋନା ଭାଇରାସର ସମସ୍ତ ପ୍ରଜାତିକୁ ମୁକାବିଲା କରିବାରେ ସକ୍ଷମ ହୋଇପାରୁଛି ।

କୋଭାକ୍ସିନ ଟିକା ନିର୍ମାତା ଭାରତ ବାୟୋଟେକ କହିଛି ଯେ ଏହି ଟିକା ଭାରତରେ ଅତି କ୍ଷୀପ୍ର ସଂକ୍ରମଣଶୀଳ ପ୍ରଜାତି ବି.୧.୧୬୭ ବିରୋଧରେ ଆଶାନୁରୂପ ପ୍ରଭାବୀ ରହିଛି । ବ୍ରିଟେନ୍ରେ କରୋନାର ବିପଜ୍ଜନକ ପ୍ରଜାତିକୁ ମଧ୍ୟ ନିଷ୍କ୍ରିୟ କରିବାରେ କୋଭାକ୍ସିନ ସଫଳ ପ୍ରମାଣିତ ହୋଇଥିବା କୁହାଯାଇଛି । କ୍ଲିନିକାଲ ସଂକ୍ରାମକ ରୋଗ ଜର୍ଣ୍ଣାଲରେ ଏ ବାବଦରେ ଅଧିକ ତଥ୍ୟ ପ୍ରକାଶିତ ହୋଇଛି । ଆଜି ଡିଆରଡିଓ ଦ୍ୱାରା ବିକଶିତ କୋଭିଡ ଔଷଧ ୨ ଡିଜି ଉପଲବ୍ଧ ହେବ । ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଏହି ଔଷଧର ୧୦ ହଜାର ମାତ୍ରା ବିତରଣ କରାଯିବ ।