କରୋନା ମୁକାବିଲାରେ ବେସି ଫଳପ୍ରଦ ହେଉଛି ଭାରତର ଦେଶୀ ଟିକା । ଭୂତାଣୁକୁ କୋଭାକ୍ସିନ୍ ଅକ୍ଷମ କରୁଥିବା କହିଛନ୍ତି ହ୍ୱାଇଟହାଉସର ମୁଖ୍ୟ ଭେଷଜ ପରାମର୍ଶଦାତା

Advertisment
କରୋନା ମୁକାବିଲାରେ ବେସି ଫଳପ୍ରଦ ହେଉଛି ଭାରତର ଦେଶୀ ଟିକା । ଭୂତାଣୁକୁ କୋଭାକ୍ସିନ୍ ଅକ୍ଷମ କରୁଥିବା କହିଛନ୍ତି ହ୍ୱାଇଟହାଉସର ମୁଖ୍ୟ ଭେଷଜ ପରାମର୍ଶଦାତା

ଭାରତୀୟ ଭେଷଜ କମ୍ପାନି ଭାରତ ବାୟୋଟେକ୍‌ ଦ୍ବାରା ସ୍ବଦେଶରେ ବିକଶିତ କୋଭିଡ୍‌ ଟିକା ‘କୋଭାକ୍ସିନ୍‌’ ବି.୧.୬୧୭ ନାମକ ସବୁଠୁ ଘାତକ ଭାରତୀୟ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁକୁ ଅକ୍ଷମ କରିବାରେ ସଫଳ ବୋଲି ଆମେରିକା ହ୍ବାଇଟ୍‌ହାଉସ୍‌ର ମୁଖ୍ୟ ଭେଷଜ ପରାମର୍ଶଦାତା ଡା. ଆନ୍ଥୋନି ଫୌସି କହିଛନ୍ତି । ସୁତରାଂ ଭାରତରେ ଦେଖାଦେଇଥିବା କୋଭିଡ୍‌ ସଂକଟଜନିତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଏହି ମହାମାରୀ ବିରୋଧରେ ଟିକାକରଣ ହିଁ ଅମୋଘ ଅସ୍ତ୍ର ହୋଇପାରିବ ବୋଲି ସେ କହିଛନ୍ତି ।

ଭାରତର ଜାତୀୟ ଭୂତାଣୁ ବିଜ୍ଞାନ ପ୍ରତିଷ୍ଟାନ(ଏନ୍‌ଆଇଭି) ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର୍)ର ମିଳିତ ଭାଗୀଦାରିରେ ବିକଶିତ ଏହି ଟିକାର ନୈଦାନିକ ପରୀକ୍ଷଣ ଜାରି ରହିଥିବା ସତ୍ତ୍ବେ ଗତ ଜାନୁଆରି ୩ ତାରଖରେ ସରକାର ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ । ତେବେ ନୈଦାନିକ ପରୀକ୍ଷଣ ଫଳାଫଳରୁ ତାହାର ଫଳପ୍ରଦତା ୭୮ ପ୍ରତିଶତ ରହିଥିବା ଜଣାପଡ଼ିଥିଲା। ଅପରପକ୍ଷେ, ବିଶେଷ କରି ମହାରାଷ୍ଟ୍ର ଓ ଦିଲ୍ଲୀରେ ମିଳିଥିବା ଉକ୍ତ ଭାରତୀୟ ପ୍ରଜାତି କରୋନାଭୂତାଣୁ ବି.୧.୬୧୭ ଯୋଗୁଁ ଦେଶରେ ସଂକ୍ରମଣ ବ୍ୟାପକତା ଭୀଷଣ ଭାବେ ବଢ଼ିଯାଇଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ’) ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe