କନକ ବ୍ୟୁରୋ : ଓମିକ୍ରନ ବିରୋଧରେ କାମ କରୁଛି କୋଭାକ୍ସିନ ଟିକା । ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ କୋଭାକ୍ସିନ ଟିକାର ବୁଷ୍ଟର ଡୋଜ ଓମିକ୍ରନ ଭୁତାଣୁର ସଫଳ ମୁକାବିଲା କରିପାରୁଛି । ଡେଲଟା ଭୁତାଣୁ, ଓମିକ୍ରନ ଭୂତାଣୁକୁ କୋଭାକ୍ସିନର ବୁଷ୍ଟର ଡୋଜ ନିଷ୍କ୍ରିୟ କରୁଥିବା ସୂଚନା ମିଳିିଛି । ଆମେରିକାରେ ଥିବା ଇମୋରି ୟୁନିଭର୍ସିଟିର ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଥିବା କହିଛି ଭାରତ ବାୟୋଟେକ୍ ।
ଯେଉଁ ବ୍ୟକ୍ତି କୋଭାକ୍ସିନର ଦୁଇଟି ଡୋଜ ନେବାର ୬ ମାସ ପରେ ବୁଷ୍ଟର ଡୋଜ ନେଇପାରିବେ । ଇମୋରି ୟୁନିର୍ଭସିଟିର ଗବେଷଣା ଗାରରେ ଜୀବନ୍ତ ଓମିକ୍ରନ ଓ ଡେଲଟା ଭୂୂତାଣକୁ ନେଇ ପରୀକ୍ଷା କରାଯାଇଥିଲା । ଗବେଷଣାରୁ ଜଣାପଡିଛି, ଡେଲଟା ଭୂତାଣକୁ ନିଷ୍କ୍ରିୟ କରିବାରେ କୋଭାକ୍ସିନ ୧୦୦ ପ୍ରତିଶତ ସଫଳ ହେଉଥିବା ବେଳେ ଓମିକ୍ରନ ଭୂତାଣୁକୁ ରୋକିବାରେ ୯୦ ପ୍ରତିଶତ ସଫଳ ହେଉଛି କୋଭାକ୍ସିନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/25-11.jpg)