ବଲିଉଡ ଅଭିନେତା ଜିତେନ୍ଦ୍ରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ସମ୍ପର୍କୀୟ ଭଉଣୀ ! ୪୭ ବର୍ଷ ପରେ ମୁହଁ ଖୋଲିଲେ, ଚିଠିରେ ଲେଖିଲେ ତାଙ୍କ ସହ ହୋଇଥିବା ଘଟଣା ।

57

ବିବାଦ ଘେରରେ ବଲିଉଡର ବିଗତ ଦିନର ଲୋକପ୍ରିୟ ଷ୍ଟାର ଜିତେନ୍ଦ୍ର । ତାଙ୍କ ନାଁରେ ଏଭଳି ଏକ ଅଭିଯୋଗ ଆସିଛି ଯାହା ଶୁଣିଲେ ଆପର ଆଶ୍ଚର୍ଯ୍ୟ ହେବେ । ଦୀର୍ଘ ୧୧ ବର୍ଷ ଧରି ଲାଇମ ଲାଇଟରୁ ଦୂରରେ ରହିଥିବା ଜିତେନ୍ଦ୍ରଙ୍କ ନାଁରେ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ଆସିଛି । ତାଙ୍କର ଜଣେ ସମ୍ପର୍କୀୟ ଭଉଣୀ ଜିତେନ୍ଦ୍ରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଆଉ ଏହି ଦୁଷ୍କର୍ମ ଘଟଣାଟି ଆଜିକାଲିର ନୁହେଁ ୪୭ ବର୍ଷ ତଳର । ହିମାଚଳ ପ୍ରଦେଶର ରାଜଧାନୀ ସିମଲାର ଏକ ଥାନାରେ ଜିତେନ୍ଦ୍ରଙ୍କ ବିରୋଧରେ ଏଫଆଇଆର ଦାଖଲ କରି ସେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ।ପୀଡିତା ଜିତେନ୍ଦ୍ରଙ୍କ ବିଷୟରେ ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି, ମୋତେ ୧୮ବର୍ଷ ହୋଇଥିଲା ଜିତେନ୍ଦ୍ରଙ୍କୁ ୨୮ବର୍ଷ। ସେତେବେଳେ ମୋତେ ଜିତେନ୍ଦ୍ର ଯୌନ ନିର୍ଯ୍ୟାତନା ଦେଇଥିଲେ । ଏପରିକି ନିଶାସକ୍ତ ଅବସ୍ଥାରେ ସେ ଦୁଷ୍କର୍ମ କରିଥିବା କହିଥିଲେ ଜିତେନ୍ଦ୍ର । ଏହି ମାମଲାରୁ ତଦନ୍ତ କରି ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯାଉ ବୋଲି ପୀଡିତା ପୁଲିସ ନିକଟରେ ପାଇଁ ଦାବି କରିଛନ୍ତି।

ପୀଡିତା କହନ୍ତି, ମୋତେ ୧୮ବର୍ଷ ବୟସ ହୋଇଥିବା ବେଳେ ଜିତେନ୍ଦ୍ର ମୋର ବାପାଙ୍କୁ ଭେଟିଥିଲେ ଏବଂ କହିଥିଲେ ମୁଁ ଝିଅକୁ ଫିଲ୍ମ ସୁଟିଂ ସେଟକୁ ନେଇ ଯାଉଛି। ସେଠାରେ ଜିତେନ୍ଦ୍ର ମୋ ସହିତ ଖରାପ କାମ କରିଥିଲେ। ଏହି ଘଟଣା ପରେ ମୁଁ କାହାକୁ କ’ଣ କହିବି ବୁଝି ପାରି ନଥିଲି, କିଛି ଦିନ ପାଇଁ ସ୍ତବ୍ଧ ହୋଇଯାଇଥିଲି। ଯାହାଫଳରେ ମୁଁ ମାନସିକସ୍ତରରେ ଦୁର୍ବଳ ହୋଇପଡ଼ିଥିଲି। ସବୁବେଳେ ଭୟ ଥିଲା ଜିତେନ୍ଦ୍ର ଜଣେ ନାମୀଦାମୀ ଅଭିନେତା। ଯଦି ମୁଁ ତାଙ୍କ ସମ୍ପର୍କରେ ଏଭଳି କଥା କାହାକୁ କୁହେଁ, ତେବେ ସେମାନେ ମୋର କଥାକୁ ବିଶ୍ୱାସ କରିବେ ନାହିଁ ଏବଂ ମୋତେ ଚିରତ୍ରହୀନା ସଜେଇ ଦେବେ। ମୋର ପିତା-ମାତାଙ୍କ ମୃତ୍ୟୁ ପରେ ସାହାସ ଜୁଟାଇ ଜିତେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ କରିବାକୁ ସ୍ଥିର କରିଲି। କାରଣ ଯଦି ମୋର ପିତା-ମାତା ଯଦି ଜାଣି ଥାଆନ୍ତେ, ଜିତେନ୍ଦ୍ର ମୋ ସହିତ ଏମିତି କାମ କରିଛନ୍ତି ତେବେ ତାଙ୍କୁ ବହୁତ ଦୁଃଖ ହୋଇଥାଆନ୍ତା।

ହୁଏତ ଏହି ଘଟଣାକୁ ସାମ୍ନାକୁ ଆଣିବା ପାଇଁ ବିଳମ୍ବ ହୋଇଯାଇଛି। ତେବେ ମୋ ସହିତ ହୋଇଥିବା ଅନ୍ୟାୟ ବିରୋଧରେ ସ୍ୱର ଉଠାଇବାର ସାହାସ ମି ଠୁ ଜରିଆରେ ଜୁଟାଇ ପାରିଛି। ଏହି ଆନ୍ଦୋଳନ ଜରିଆରେ ଦୁନିଆରେ ଲକ୍ଷଲକ୍ଷ ପୀଡିତା ନିଜ ସହିତ ହୋଇଥିବା ଅନ୍ୟାୟ ଓ ଅତ୍ୟାଚାର ସମ୍ପର୍କରେ ମୁହଁ ଖୋଲି ପାରିବେ ବୋଲି ମୋର ଆଶା।