ଜିଏସଟି କୋର୍ଟରୁ ଉଠିଲା ପ୍ରଶ୍ନ ! କ’ଣ ଗୀତା,କୋରାନ ଏବଂ ବାଇବେଲରେ ଲାଗିବ ଜିଏସଟି?

ଜିଏସଟି କୋର୍ଟରୁ ଉଠିଲା ପ୍ରଶ୍ନ ! କ’ଣ ଗୀତା,କୋରାନ ଏବଂ ବାଇବେଲରେ ଲାଗିବ ଜିଏସଟି?

source : kohraam.com

ମହାରାଷ୍ଟ୍ର ଜିଏସଟି କୋର୍ଟ ତରଫରୁ ଧାର୍ମିକ ଗ୍ରନ୍ଥ,ମେଗାଜିନ୍ ଏବହ ଡିବିଡି ସମେତ ଧର୍ମଶାଳା ଏବଂ ଲଙ୍ଗର ଏବେ ଜିଏସଟିରେ ସାମିଲ ହେବ । କୋର୍ଟର ଦଲୀଲ ଅନୁସାରେ ଏହି ବସ୍ତୁମାନଙ୍କର ବିକ୍ରି କେବଳ ଏକ ବ୍ୟବସାୟ,ତେଣୁ ଏହାକୁ ଧର୍ମଗ୍ରନ୍ଥ ମାନି ଟ୍ୟାକ୍ସମୁକ୍ତ କରାଯାଇପାରିବ ନାହିଁ । ମହାରାଷ୍ଟ୍ର କୋର୍ଟ ପାଖରେ ଟ୍ୟାକ୍ସ ସମ୍ବନ୍ଧୀୟ ଏହି ମାମଲା ଶ୍ରୀମଦ୍ ରାଜଚନ୍ଦ୍ର ସାଧନା କେନ୍ଦ୍ର ବିରୋଧରେ ଆସିଲା । ସୁଚନାନୁସାରେ ସିଜିଏସଟି ଆକ୍ଟର ସେକ୍ସନ୍ ୨(୧୭) ଅନୁଯାୟୀ ଯଦି ଧର୍ମରେ ଜଡିତ ଥିବା ଟ୍ରଷ୍ଟ ଏହିଭଳି କାମର ସାହାରା ନିଅନ୍ତି ଯେଉଁଠି କୌଣସି ବସ୍ତୁ କିମ୍ବା ସେବା ପାଇଁ ଟଙ୍କା ନିଆଯାଏ ତେବେ ଏଠାରେ ବ୍ୟବସାୟର କଥା ଉଠିବ ହିଁ ଉଙ୍ଖିବ ଏବଂ ଏହା ଉପରୁ ୧୮ ପ୍ରତିଶତ ଜିଏସଟି ମଧ୍ୟ ହାସିଲ କରାଯିବ ।

publive-image

ନିଜର ଦଲୀଲ୍ ମାଧ୍ୟମରେ ସଂସ୍ଥା କହିଛି ଯେ ଧାର୍ମିକ ପ୍ରସାର ପାଇଁ ସଂସ୍ଥା ପ୍ରମୁଖ ଦାୟିତ୍ୱ ଗ୍ରହଣ କରିବାରେ ଧାର୍ମିକ ଗ୍ରନ୍ଥ,ମେଗାଜିନ୍,ମ୍ୟୁଜିକ୍ ସିଡି ସମେତ ଧର୍ମଶାଳା ଏବଂ ଲଙ୍ଗର ଲଗାଇବା କାମ ମଧ୍ୟ ରହିଛି । ଏହାକୁ ଜିଏସଟି ବର୍ହିଭୁତ ମନାଯିବ । ଶ୍ରୀମଦ୍ ରାଜଚନ୍ଦ୍ର ଆଧ୍ୟାତ୍ମିକ ସତସଙ୍ଗ ସାଧନା କେନ୍ଦ୍ର ଏହି ଦଲୀଲକୁ ପୁର୍ଣ୍ଣ ରୂପେ ଦେଖିବା ପରେ ମହାରାଷ୍ଟ୍ରର ଜିଏସଟି କୋର୍ଟ ତରଫରୁ ଶିବିର ସତସଙ୍ଗ ଧର୍ମାର୍ଥ ସଂସ୍ଥା ତରଫରୁ ଇନକମ୍ ଟ୍ୟାକ୍ସର ସେକ୍ସନ୍ ୧୨ ଏଏ ଅନୁଯାୟୀ ରେଜିଷ୍ଟର କରାଯାଇଛି । ଏହି ସ୍ଥିତିରେ ଧର୍ମାର୍ଥ କାମକୁ ଜିଏସଟି ଭିତରୁ ବାହାର କରାଯାଇଛି । ତେବେ ଏଥିରୁ ଜଣାପଡିଲା ଯେ ଶ୍ରୀମଦ୍ ଭଗବତ୍ ଗୀତା.କୋରାନ ଏବଂ ବାଇବେଲ୍ ଧର୍ମଗ୍ରନ୍ଥରେ ବର୍ତ୍ତମାନ ଠାରୁ ଜିଏସଟି ଲାଗିବା ଆରମ୍ଭ ହୋଇଗଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe