ମନୀଷ ସିସୋଦିଆଙ୍କୁ କୋର୍ଟ ଝଟକା। ୨୦ ଯାଏଁ ତିହାର ଜେଲରେ ରହିବେ।

109

କନକ ବ୍ୟୁରୋ: ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପୁଣି ଝଟକା । ମାର୍ଚ୍ଚ ୨୦ ତାରିଖ ଯାଏ ବିଚାର ବିଭାଗୀୟ ହେପାଜତକୁ ଗଲେ ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା । ସୋମବାର ସିସୋସଦିଆଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା ସିବିଆଇ । ହାଜର ପରେ ତାଙ୍କୁ ମାର୍ଚ୍ଚ ୨୦ ଯାଏଁ ହାଜତକୁ ପଠାଇଛନ୍ତି କୋର୍ଟ । ମାର୍ଚ୍ଚ ୪ ତାରିଖରେ ସ୍ୱତନ୍ତ୍ର ଜଜ୍ ଏମକେ ନାଗପାଲଙ୍କ କୋର୍ଟ ମନୀଷ ସିସୋଦିଆଙ୍କ ରିମାଣ୍ଡ ଦୁଇ ଦିନ ବଢ଼ାଇ ମାର୍ଚ୍ଚ ୬ ଯାଏଁ ସିବିଆଇ ହେପାଜତକୁ ପଠାଇଥିଲେ ।

ଜେଲରେ କେମିତି କାଟିବେ ଦିନ?
– ଜେଲରେ ଧ୍ୟାନ କରିବା ପାଇଁ ମାଗିଲେ ସ୍ୱତନ୍ତ୍ର ସେଲ୍
– ସିସୋଦିଆଙ୍କ ଅନୁରୋଧକୁ କୋର୍ଟଙ୍କ ଅନୁମୋଦନ
– ଅସୁସ୍ଥ ଥିବାରୁ ମିଳିବ ମେଡିକାଲ ସୁବିଧା
– ପେନ୍ ଓ ନୋଟବୁକ୍ ରଖିବାକୁ ଅନୁମତି
– ଚଷମା ଓ ଭାଗବତ ଗୀତା ରଖିବାକୁ ମଧ୍ୟ ଅନୁମତି

ସେପେଟ ସିସୋଦିଆଙ୍କ ଗିରଫଦାରୀକୁ ନେଇ କେନ୍ଦ୍ରୀୟ ସଂସ୍ଥା ଉପରେ ସଙ୍ଗୀନ ଅଭିଯୋଗ ଆଣିଛି ଆପ୍ । କ୍ୟାବିନେଟ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି, ମିଥ୍ୟା ଡକ୍ୟୁମେଣ୍ଟ କାଗଜ ଉପରେ ସିସୋଦିଆଙ୍କୁ ହସ୍ତାକ୍ଷର କରିବାକୁ ଚାପ ପକାଯାଉଛି । ସେହିପରି ଆତିଶି ଅଭିଯୋଗ ଆଣିଛନ୍ତି ଯେ, ସିବିଆଇ ତା’ର ରାଜନୈତିକ ମାଲିକଙ୍କୁ ଖୁସି କରିବା ପାଇଁ ସିସୋଦିଆଙ୍କୁ ଗିରଫ କରିଛି । ବିଜେପି ସାଂସଦ ମନୋଜ ତିୱାରୀ କହିଛନ୍ତି ଯେ ଯିଏ ଦୁର୍ନୀତି କରିବ, ସେ ନିଶ୍ଚୟ ଜେଲ ଯିବ । କଂଗ୍ରେସ ମଧ୍ୟ ସମାନ ପ୍ରତିକ୍ରିୟା ରଖିଛି ।

ସେପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସିସୋଦିଆ ଓ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିଛି ବିଜେପି । କଂଗ୍ରେସ ମଧ୍ୟ ଦିଲ୍ଲୀ କାର୍ଯ୍ୟାଳୟରେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ପୋଷ୍ଟ ଲଗାଇଛି, ଯେଉଁଥିରେ ଦୁଇ ନେତାଙ୍କୁ ଦୁର୍ନୀତିଖୋର ଓ ଦେଶଦ୍ରୋହୀ ଦର୍ଶାଯାଇଛି । ସେପଟେ ଗତ ୮ ଦିନ ଧରି ସିବିଆଇ ହେପାଜତରେ ଥିବା ସିସୋଦିଆଙ୍କ ପାଇଁ ଆଗକୁ ସମସ୍ୟା ଆହୁରି ବଢ଼ିବାରେ ବୋଲି ଜଣାପଡ଼ିଛି ।