କନକ ବ୍ୟୁରୋ : ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାର ପ୍ରଥମ ଶୁଣାଣି ହୋଇଛି । ସୁରକ୍ଷା ଦୃଷ୍ଟିରୁ ଝାରପଡା ଜେଲରୁ ତାଙ୍କୁ ଭିସିରେ ହାଜର କରିଛି ପୁଲିସ । ପ୍ରଥମ ଦିନରେ ନିଜ ଓକିଲଙ୍କ ପରିଚୟ ସ୍ପଷ୍ଟ କରିଛନ୍ତି ଅର୍ଚ୍ଚନା ନାଗ । କୋର୍ଟରେ ଶୁଣାଣି ବେଳେ ଅର୍ଚ୍ଚନାଙ୍କୁ ସଂପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିଛନ୍ତି ତାଙ୍କ ଓକିଲ ।ସେପଟେ ଖଣ୍ଡଗିରି ଥାନାରେ ଯୁବତୀ କରିଥିବା ଏତଲାରୁ ସାଂଘାତିକ ତଥ୍ୟ ମିଳିଛି । ଅର୍ଚନାଙ୍କ ନାଁରେ ୧୬ଟି ଦଫା ଲଗାଇଛି ପୋଲିସ । ଅର୍ଚ୍ଚନାଙ୍କ ପାଇଁ ଏହି ଷୋହଳ ଦଫା ଅଡୁଆ ସୃଷ୍ଟି କରିବ ବୋଲି କୁହାଯାଉଛି ।
ଏତଲାରେ ଅର୍ଚ୍ଚନାଙ୍କ ବିରୋଧରେ ସାଂଘାତିକ ତଥ୍ୟ
ଅପରାଧ ପାଇଁ ଦେଉଥିଲେ ନିଶା ଓ ବିଷ!
ଆଇପିସି- ୩୨୮
ଅପରାଧ ଘଟାଇବା ଉଦ୍ଦେଶ୍ୟରେ ନିଶା କିମ୍ବା ବିଷ ଦେବା
୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ଜରିମାନା
ଆଇପିସି- ୩୨୪
ମାରଣାସ୍ତ୍ରରେ କ୍ଷତାକ୍ତ କରିବା
ତିନି ବର୍ଷ ଜେଲ ଦଣ୍ଡ ସହ ଜରିମାନା
ଆଇପିସି- ୩୫୪(ସି)
ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ କରିବା
୧ ବର୍ଷରୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ
ଦ୍ୱିତୀୟ ଥର କଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲ ସହ ଜରିମାନା
ଆଇପିସି- ୩୭୦
ମାନବ ଚାଲାଣ କରିବା
୭ ବର୍ଷ ପର୍ଯ୍ୟନ୍ତ ଜେଲ ସହ ଜରିମାନା
ଆଇପିସି- ୩୮୬, ୩୮୭, ୩୮୮, ୩୮୯
ଡରେଇ ଧମକାଇ ଟଙ୍କା ଆଦାୟ କରିବା
ଆଜୀବନ କାରାଦଣ୍ଡ ସହ ଜରିମାନା
ଆଇଟି ଆକ୍ଟ- ୬୬(ଇ), ୭୭
ଅଶ୍ଳୀଳ ଫଟୋ ଭାଇରାଲ କରିବା
୩ ବର୍ଷ ଜେଲ ୨ ଲକ୍ଷ ପର୍ଯ୍ୟନ୍ତ ଜରିମାନା
ଏତଲାରେ ଆସିଲା ତୃତୀୟ ବ୍ୟକ୍ତିଙ୍କ ନାଁ
କୁଆଡେ ଗଲେ ସହଯୋଗୀ ଖଗେଶ୍ୱର?
Follow Us