କନକ ବ୍ୟୁରୋ: ଗିରଫ ହେବା ପରେ କୋର୍ଟ ଚାଲାଣ ହେଲେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ମୁହଁ ଖୋଲିଲାନି ଜଗବନ୍ଧୁ । ଗଣମାଧ୍ୟମର ପ୍ରଶ୍ନର ଉତର ନଦେଇ ଏଡେଇ ଚାଲିଗଲେ ଅର୍ଚ୍ଚନାଙ୍କ ସ୍ୱାମୀ । ସମଗ୍ର ଘଟଣା ଭିତରେ ଜଗବନ୍ଧୁୁ ଧରାପଡିଯାଇଥିବା ବେଳେ ଖସିଗଲେ ସହଯୋଗୀ ଖଗେଶ୍ୱର । ଜେରା ପରେ ଜଗବନ୍ଧୁଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଜଗବନ୍ଧୁଙ୍କ ନାଁରେ ଲାଗିଛି ମାନବ ଚାଲାଣ ଦଫା ୩୭୦ । ସ୍ତ୍ରୀ ସହ ମିଶି ଅପରାଧିକ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଗିରଫ । ଦଫା ୩୨୮ ଅର୍ଥାତ ନିଶା ଓ ବିଷ ଦେବା ଅଭିଯୋଗରେ ଗିରଫ କରିଛି ପୋଲିସ ।

Advertisment

ସେପଟେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିିଲେ । ଗଳା ଅପରେଶନ ଦର୍ଶାଇ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ଜଗବନ୍ଧୁଙ୍କ ଓକିଲ । ପୂର୍ବରୁ ପ୍ରାଥମିକ ପଚରାଉଚରା ପରେ ଜଗବନ୍ଧୁଙ୍କୁ ଛାଡ଼ି ଦିଆଯାଇଥିଲା । ଏକ ଅଣ୍ଡରଟେକିଂ ଲେଖି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଛାଡ଼ିଥିଲା ପୋଲିସ । ଆଜି ଦ୍ୱିତୀୟ ଥର ପାଇଁ ପଚରାଉଚରା କରିବା ପରେ ଗିରଫ କରିଥିଲା ପୋଲିସ । ବ୍ଲାକମେଲିଂ ଓ ହନିଟ୍ରାପ୍ ଅଭିଯୋଗରେ ଏବେ ଅର୍ଚ୍ଚନା ଜେଲରେ ଅଛନ୍ତି । ଆଇପିସିର ଦଫା ୩୭୦ ଅର୍ଥାତ୍ ବେଆଇନ ମାନବ ଚାଲାଣ ଭଳି ୧୬ଟି ସଙ୍ଗୀନ୍ ଦଫାରେ ଝାରପଡା ଜେଲରେ ଅର୍ଚ୍ଚନା ନାଗ ଅଛନ୍ତି ।