କନକ ବ୍ୟୁରୋ : ରାତିରେ ପାଟ୍ରୋଲିଂ ବେଳେ ପୋଲିସକୁ ବଡ ସଫଳତା । ୬ଜଣ ଜାତୀୟ ରାଜପଥ ଲୁଟେରା ଗିରଫ ହୋଇଛନ୍ତି । ଖୋର୍ଦ୍ଧା ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ହେଲେ ମାନସ ପଲାଇ, ଜିତେନ୍ଦ୍ର ପ୍ରଧାନ, ଶିବରାମ ନାୟକ, ଆଦିତ୍ୟ ପ୍ରସାଦ ସୁବୁଦ୍ଧି, ସନ୍ତୋଷ ବସ୍ତି ଓ ସେଖ୍ ଅରବାଜ । ଏମାନଙ୍କଠାରୁ ବନ୍ଧୁକ, ଖଣ୍ଡା, ଭୁଜାଲି, ଲୁହା ରଡ୍ ଓ ୬ଟି ମୋବାଇଲ୍ ସହିତ ଦୁଇଟି ବାଇକ୍ ଜବତ କରିଛି ପୋଲିସ ।

Advertisment

ସୂଚନା ଅନୁସାରେ, ଲୁଟେରାମାନେ ଦିନ ଦ୍ୱିପହରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟ୍ କରୁଥିଲେ । ତେବେ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ରାତିରେ ପେଟ୍ରୋଲିଂ ବେଳେ ଟିମ୍, ଏହି ମୋଷ୍ଟ ୱାଣ୍ଟେଡ ଲୁଟେରାଙ୍କୁ ଧରିଛି । ମୁଖ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆର୍ମ ଆକ୍ଟ ଲଗାଇବା ସହ ପ୍ରତ୍ୟେକ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ କେସ୍ ଥିବା ଜଣାପଡିଛି । ଅଭିଯୁକ୍ତମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରଯାଇଛି ।