ରତ୍ନଭଣ୍ଡାର ନେଇ ହାଇକୋର୍ଟଙ୍କ ବଡ ରାୟ । ୨ମାସ ମଧ୍ୟରେ ରତ୍ନଭଣ୍ଡାରର ମରାମତି ପାଇଁ କମିଟି ଗଠନ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

98

କନକ ବ୍ୟୁରୋ : ହାଇକୋର୍ଟରୁ ଆସିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ସଂପର୍କିତ ମାମଲାର ବଡ ରାୟ । ରତ୍ନଭଣ୍ଡାର ମରାମତି ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚସ୍ତରୀୟ କମିଟି ଗଠନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨ ମାସ ଭିତରେ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କମିଟି ଗଠନ ବେଳେ ଶ୍ରୀମନ୍ଦିର ପ୍ରଶାସନ କମିଟି ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡିପାରିବ ବୋଲି ରାୟରେ ଉଲ୍ଲେଖ ରହିଛି । ଗତ ମଙ୍ଗଳବାର ସଂରକ୍ଷିତ ରଖିଥିବା ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ ।

ସେପଟେ ରତ୍ନଭଣ୍ଡାର ସମ୍ପର୍କିତ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଛି ବିଜେପି । ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଆଗାମୀ ଦୁଇ ମାସ ଭିତରେ ରତ୍ନଭଣ୍ଡାର ଖୋଲି ତା’ର ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହା କୋଟିକୋଟି ଓଡ଼ିଆ ତଥା ଜଗନ୍ନାଥପ୍ରେମୀଙ୍କ ବିଜୟ ବୋଲି କହିଛନ୍ତି ସମୀର ମହାନ୍ତି ।