ଆଲ୍ଲାହାବାଦ ହାଇକୋର୍ଟ ଦେଲେ ରୋଚକ ଦଣ୍ଡ: ୭ ଦିନ ଧରି ଲୋକଙ୍କୁ ପାଣି ଓ ସର୍ବତ ବାଣ୍ଟିବା ପାଇଁ ଅଭିଯୁକ୍ତଙ୍କୁ ଦେଲେ ନିର୍ଦ୍ଦେଶ

151

କନକ ବ୍ୟୁରୋ: ଜଣେ ଅଭିଯୁକ୍ତଙ୍କୁ ୭ ଦିନ ଯାଏଁ ପାଣି ଓ ସରବତ ବାଂଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ଆଲ୍ଲ୍ାହାବାଦ ହାଇକୋଟଙ୍କ ଏଭଳି ଏକ ନିର୍ଦ୍ଦେଶ ବେସ ଚର୍ଚ୍ଚା ସୃଷ୍ଟି କରିଛି । ସାମ୍ପଦାୟିକ ଭାବନାକୁ ବିଗାଡିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ସୁଚନା ଅନୁସାରେ, ଉତରପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ହୋଇଥିବା ଗଣ୍ଡଗୋଳରେ ଅଭିଯୁକ୍ତ ଜଣକ ସାମିଲ ଥିଲେ । ତେବେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବା ସମୟରେ ଏଭଳି କହିଛନ୍ତି କୋର୍ଟା ସେହିପରି ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଏବଂ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କୋର୍ଟରେ ହାଜର ହେବାକୁ କହିଛନ୍ତି ଆଲ୍ଲ୍ାହାବାଦ ହାଇକୋଟଙ୍କ । ତେବେ ଅଭିଯୁକ୍ତଙ୍କୁ ପାଣି ଓ ସରବତ ବାଂଟିବା ନିର୍ଦ୍ଦେଶ ଚର୍ଚ୍ଚା ସୃଷ୍ଟି କରିଛି ।