ରାତିରେ ଖୋଲିଲା କୋର୍ଟ : ଯୌତୁକ ନିର୍ଯାତନା ମାମଲାର ଗିରଫ ମେଜରଙ୍କ ଶୁଣାଣି ପାଇଁ ରାଧିଅଧିଆ ଖୋଲିଲା ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ; ଭିଡିଓ କନଫରେନ୍ସିଂରେ ହୋଇପାରିଲାନି ଶୁଣାଣି 

ଆର୍ମି କଷ୍ଟଡିରେ ରହିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

170

କନକ ବ୍ୟୁରୋ : ରାତିରେ ଖୋଲିଲା କୋର୍ଟ । ଏକ ଯୌତକ ନିର୍ଯାତନା ମାମଲାର ଶୁଣାଣି ପାଇଁ ରାତି ୧୦ଟାରେ ଖୋଲିଛି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ । ଭିଡିଓ କନ୍ଫରେନ୍ସିଂ ଜରିଆରେ ଶୁଣାଣି ହୋଇପାରି ନଥିଲା । ଶେଷରେ ବିଚାରପତି କୋର୍ଟ ଆସିବାକୁ ନିଷ୍ପତି ନେଇଥିଲେ । ଆଉ ଏହା ପରେ ରାତିଅଧିଆ ଶୁଣାଣି ହୋଇଛି । ଯୌତୁକ ନିର୍ଯାତନା ପାଇଁ ରାତି ସାଢେ ଗୋଟାଏ ଯାଏଁ ଖୋଲିଥିଲା କୋର୍ଟ । ଅଭିଯୁକ୍ତ ମେଜର ଆର୍ମି ହେପାଜତରେ ରହିବେ ନା ଝାଡପଡା ଜେଲରେ ରହିବେ ସେ ନେଇ ନିଷ୍ପତି ନେବାକୁ ରାତି ଅଧିଆ କୋର୍ଟ ଚାଲିଥିଲା । ଶେଷରେ ଆର୍ମି କଷ୍ଟଡିରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଯୌତୁକ ନିର୍ଯାତନା ଅଭିଯୋଗରେ ଭୁବନେଶ୍ୱର ସୁନ୍ଦରପଦା ଅଂଚଳର ସୌମ୍ୟ ପତିଙ୍କୁ ଗିରଫ କରିଥିଲା ମହିଳା ଥାନା ପୁଲିସ୍ । ଅଭିଯୁକ୍ତ ସୌମ୍ୟ ପତି, ଯୌତୁକ ନିର୍ଯାତନା ଦେବା ପରେ ପତ୍ନୀଙ୍କୁ ଜୀବନରୁ ମାରିଦେବାକୁ ଷଡଯନ୍ତ୍ର କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଆଉ ଏହି ଘଟଣାରେ ଅଭିଯୁକ୍ତଙ୍କୁ କୋର୍ଟ ଫରୱାର୍ଡ କରିଥିଲା ପୁଲିସ୍ । ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ସହ ଯୌତୁକ ନିର୍ଯାତନା ଦଫା ଲାଗିଛି । ବାପ ଘରୁ ଲକ୍ଷାଧିକ ଟଙ୍କା ଆଣିବା ପାଇଁ ଧମକ ଦେଉଥିଲେ ।