କନକ ବ୍ୟୁରୋ : ଉତ୍ତର ପ୍ରଦେଶ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ସ୍ୱାମୀପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଏମପି-ଏମଏଲଲ କୋଟି ଗିରଫ ପାଇଁ ୱରେଣ୍ଟ ଜାରି କରିଛନ୍ତି । ଏହାସହ ସୁଲତାନପୁର କୋର୍ଟ ତାଙ୍କୁ ଜାନୁଆରୀ ୨୪ ତାରିଖ ସୁଦ୍ଧା ହାଜର ହେବାକୁ ଆଦେଶ ଦେଇଛନ୍ତି ।

Advertisment

୨୦୧୪ ମସିହାରେ ଦେବୀ ଦେବତାଙ୍କ ଉପରେ ଆପତ୍ତି ଜନକ ଟିପ୍ପଣୀ କରିଥିବା ମାମଲାରେ ବୁଧବାର ଦିନ ପୂର୍ବତନ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ କୋର୍ଟରେ ହାଜର ନହେବାରୁ କୋର୍ଟ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି । ଏହି ମାମଲାର ପରବର୍ତ୍ତି ଶୁଣାଣି ଜାନୁଆରୀ ୨୪ ତାରିଖରେ ହେବ ।

କହିରଖୁ କି ସ୍ୱାମୀ ପ୍ରସାଦଙ୍କ ବିରୋଧରେ ଏହି ଗିରଫ ୱାରେଣ୍ଟ ନୂଆ ନୁହେଁ ବରଂ ଗିରଫ ୱାରେଣ୍ଟ ଆଗରୁ ଜାରି ହୋଇଥିଲା । ହେଲେ ସ୍ୱାମୀ ହାଇକୋର୍ଟରେ ଅପିଲ କରି ଏହି ଗିରଫ ୱାରେଣ୍ଟ ଉପରେ ଷ୍ଟେ ଆଣିଥିଲେ । ଜାନୁଆରୀ ୬ ତାରିଖରେ ଏମପି-ଏମଏଲଏ କୋର୍ଟ ସ୍ୱାମୀଙ୍କୁ ୧୨ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍ୱାମୀ ହାଜର ନହେବାରୁ କୋର୍ଟ ପୁଣି ସେହି ଗିରଫ ୱାରେଣ୍ଟ ଜାରି କରିଛନ୍ତି ।

କହିରଖୁ କି ୟୁପିରେ ନିର୍ବାଚନ ତାରିଖ ଘୋଷଣା ପରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଯୋଗୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ସେ ବିଜେପି ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ହେଉଛି । ସେ ଇସ୍ତଫା ଦେବା ପରେ ଗଣମାଧ୍ୟମକୁ କହିଥିଲେ କି ଯୋଗୀ ସରକାର ପଛୁଆ ବର୍ଗ ଓ ଦଳିତଙ୍କୁ ଉପେକ୍ଷା କରୁଛି । ଅନ୍ୟପଟେ ସେ ସମାଜବାଦୀ ପାର୍ଟିରେ ଯୋଗଦେବା ନେଇ ୧୪-୧୫ ତାରିଖରେ ନିଷ୍ପତ୍ତି ନେବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।
ସୂଚନା ଥାଉକି ସ୍ୱାମୀପ୍ରସାଦ ମୌର୍ଯ୍ୟ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ପରେ ୩ ଜଣ ବିଜେପି ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି । ଏହାସହ ସ୍ୱାମୀପ୍ରସାଦଙ୍କ ଝିଅ ସଂଘମିତ୍ରା ମୌର୍ଯ୍ୟ ଏବେ ବିଜେପି ଟିକେଟରୁ ସାଂସଦ ଅଛନ୍ତି । ସେ କହିଛନ୍ତି କି ତାଙ୍କ ପିତା ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ହେଲେ ବିଜେପିରେ ଅଛନ୍ତି ।