ଏମ.ଜେ ଆକବରଙ୍କ ମାନହାନି ମାମଲାରେ ପ୍ରିୟା ରମାନୀଙ୍କୁ ଅଭିଯୁକ୍ତ ଭାବେ ସମନ ଜାରି କଲା କୋର୍ଟ, ୨୫ ଫେବୃୟାରୀ ହେବ ଶୁଣାଣି 

66

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ସାମ୍ବାଦିକ ଏମ୍ ଜେ ଆକବର ଦିଲ୍ଲୀ ପାଟିଆଲା ହାଉସ୍ କୋର୍ଟରେ ଆଗତ କରିଥିବା ମାନହାନି ମାମଲାରେ ସାମ୍ବାଦିକା ପ୍ରିୟା ରମାନୀଙ୍କୁ ଜଣେ ଅଭିଯୁକ୍ତ ଭାବେ ଗ୍ରହଣ କରିଛନ୍ତି କୋର୍ଟ । ଏଥିସହ ଆସନ୍ତା ଫେବ୍ରୁଆରି ୨୫ ତାରିଖରେ କୋର୍ଟରେ ହାଜର ହେବା ପାଇଁ ପ୍ରିୟା ରମାନୀଙ୍କ ଉପରେ ଆଜି ସମନ୍ ଜାରି କରିଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତବର୍ଷ ସାମ୍ବାଦିକା ପ୍ରିୟା ରମାନୀ ୰ମି ଠୁରେ ଅଂଶଗ୍ରହଣ କରି ଖ୍ୟାତନାମା ବରିଷ୍ଠ ସାମ୍ବାଦିକ ତଥା ମୋଦି ସରକାରରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଥିବା ଏମ ଜେ ଆକବର ତାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ କରିଥିଲେ। ଖାଲି ଏତିକି ନୁହେଁ ପରବର୍ତ୍ତୀ ସମୟରେ ଆକବରଙ୍କ ବିରୋଧରେ ଏକାଧିକ ଟୁଇଟ୍ କରି ତାଙ୍କୁ ସର୍ବସାଧାରଣରେ ଅପଦସ୍ଥ କରି ପକାଇଥିଲେ ସାମ୍ବାଦିକା ପ୍ରିୟା ରମାନୀ। ଫଳରେ ଏମ ଜେ ଆକବରଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପାଇଁ ପଡ଼ିଥିଲା।

ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ପରେ ଏମ୍ ଜେ ଆକବର ସାମ୍ବାଦିକା ପ୍ରିୟା ରମାନୀଙ୍କ ବିରୋଧରେ ଏକ ମାନହାନି ମାମଲା ଆଗତ କରିଥିଲେ। ତେବେ, ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଆଗତ ଏହି ମାମଲାର ଶୁଣାଣି ଗତ ଜାନୁଆରି ୨୨ ତାରିଖରେ ହୋଇଥିବା ବେଳେ ଏହି ମାମଲାରେ ସାମ୍ବାଦିକା ପ୍ରିୟା ରମାନୀଙ୍କୁ ଏକ ଅଭିଯୁକ୍ତ ଭାବେ ଗ୍ରହଣ କରାଯିବ କି ନାହିଁ ସେ ସଂପର୍କିତ ରାୟକୁ ସଂରକ୍ଷଣ ରଖିଥିଲେ କୋର୍ଟ। ତେବେ, ପଟିଆଲା ହାଉସ୍ କୋର୍ଟ ଆଜି ତାଙ୍କ ସଂରକ୍ଷିତ ରାୟକୁ ଘୋଷଣା କରିବା ସହ ଏହି ମାମଲାରେ ସାମ୍ବାଦିକା ପ୍ରିୟା ରମାନୀଙ୍କୁ ଜଣେ ଅଭିଯୁକ୍ତ ଭାବେ ଗ୍ରହଣ କରିଛନ୍ତି ଆସନ୍ତା ଫେବ୍ରୁଆରି ୨୫ ତାରିଖରେ କୋର୍ଟରେ ହାଜର ହେବା ପାଇଁ ପ୍ରିୟା ରମାନୀଙ୍କ ଉପରେ ଆଜି ନୋଟିସ୍ ଜାରି କରିବା ସହ ସେହିଦିନ ମାମଲାର ପରବର୍ତ୍ତୀ ଶୁଣାଣିକୁ ଧାର୍ଯ୍ୟ କରିଛନ୍ତି।