ଅନୁଗୁଳ ସାନ୍ତରାପୁର ଗାଁରେ କଙ୍ଗାରୁ କୋର୍ଟ : ଗାଁ ବୈଠକରେ ଯୋଗ ନଦେବାରୁ ହେଲେ ବାସନ୍ଦ ; ଋଣ କରିଥିବା ଟଙ୍କାର ସୁଧ ଦେଇନପାରିବାରୁ ନିଆଁ ପାଣି ବାସନ୍ଦ 

111

କନକ ବ୍ୟୁରୋ : ଗାଁରେ ବସୁଛି କଙ୍ଗାରୁକୋର୍ଟ । ଗାଁରୁ ବାସନ୍ଦ ହୋଇ ଦଣ୍ଡ ଭୋଗୁଛନ୍ତି ଅନେକ ପରିବାର । ଅନୁଶାସନ ଆଳରେ ବାସନ୍ଦ ପରିବାରକୁ ଦିଆଯାଉଛି ଅକଥନୀୟ ଅତ୍ୟାଚାର । ଅନୁଗୁଳ ଜିଲ୍ଲାର ସାନ୍ତରାପୁର ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା । କଙ୍ଗାରୁକୋର୍ଟ ଦଣ୍ଡର ଶିକାର ହୋଇଛନ୍ତି ଗାଁର ପୂର୍ବତନ ସରପଂଚ କଳ୍ପତରୁ ଦାସ । ଗାଁରେ ବସୁଥିବା ବୈଠକରେ କଳ୍ପତରୁ ଯୋଗ ନଦେବାରୁ ତାଙ୍କୁ ଏବଂ ତାଙ୍କ ପୁଅଙ୍କୁ ଗାଁରୁ ବାସନ୍ଦ କରାଯାଇଛି ।

ଲୋକଙ୍କ ଠାରୁ ଋଣ କରିଥିବା ଟଙ୍କାର ମାତ୍ରାଧିକ ସୁଧ ନଦେଇ ପାରିବାରୁ ଗାଁରୁ ନିଆଁ ପାଣି ବାସନ୍ଦ କରାଯାଇଛି । ଏପରିକି ବାସନ୍ଦ ପରିବାରର କୁନି ଝିଅକୁ ମଧ୍ୟ ଟିଉସନରୁ ବାହାର କରି ଦିଆଯାଇଛି । ଖାଲି କଳ୍ପତରୁ ନୁହେଁ ବରଂ ଗାଁର ଅନେକ ପରିବାର ଏହି ବାସନ୍ଦର ଶିକାର ହୋଇଛନ୍ତି । ହେଲେ ଏକଥା ଗାଁର ସରପଂଚ ଜାଣି ମଧ୍ୟ ଚୁପ ରହୁଛନ୍ତି ।