କନକ ବ୍ୟୁରୋ: ସବୁବେଳେ ବିବାଦରେ ରହିଆସିଥିବା ଅଭିନେତା ସଲମାନ ଖାନଙ୍କୁ ଆଉ ଏକ ଝଟକା । ପଡେଶଶୀଙ୍କ ବିରୋଧରେ ଆଣିଥିବା ସଲମାନଙ୍କ ମାନହାନୀ ମାମଲାକୁ ଖାରଜ କରିଛନ୍ତ ମୁମ୍ବାଇ କୋର୍ଟ ।  କିଛି ଦିନ ତଳେ ସଲମାନଙକ ପଡୋଶୀ କେତନ କକ୍କଡ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ହେଲେ ଏହା ତାଙ୍କ ମାନହାନୀ କରୁଛି ବୋଲ କହି ସଲମାନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ କୋର୍ଟ ସଲମାନଙ୍କ ଏହି ମାନହାନୀ ଆବେଦନକୁ ଖାରଗୟଜ କରିଛନ୍ତି । କେତନ ଯେଉଁ ଅଭିଯୋଗ କରିଛନ୍ତି ତା’ର ପ୍ରମାଣ କୋର୍ଟଙ୍କ ସମ୍ମୁଖରେ ରଖିଛନ୍ତି ।
Advertisment
ସଲମାନଙ୍କ ପାନବେଲ ଫାର୍ମହାଉସ୍ ପାଖରେ ରହୁଥିବା ଏନଆରଆଇ କେତନ କକ୍କଡ ତାଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଥିଲେ । ଏହା ତାଙ୍କ ମାନହାନୀ କରୁଛି ବୋଲି କହି ସଲମାନ ଖାନ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେବେ କୋର୍ଟ ତାଙ୍କ ଆବେଦନ ଖାରଜ କରିଛନ୍ତି । କେତନ ଯେଉଁ ଅଭିଯୋଗ କରିଛନ୍ତି ତା’ର କୌଣସି ପ୍ରମାଣ ନଥିବା କହିଛନ୍ତି କୋର୍ଟ । ମାମଲା ତଦନ୍ତ ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ କହିଛନ୍ତି । ମାନହାନୀ ପାଇଁ ଉଦ୍ଦିଷ୍ଟ ଗ୍ୟାଗ୍ ଅର୍ଡରର ଅନ୍ତିମ ଆବେଦନକୁ ଏଥିସହ ଖାରଜ କରାଇଛି ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବାସ ଭାରତୀୟ କେତନ କକ୍କଡ ଅଧିକାାଂଶ ସମୟ ଦେଶ ବାହାରେ ରରୁଅନ୍ତି । ଏହାର ।ଇଦା ଉାଂଇ ସଲମାନ ତାଙ୍କ ଘର ଓ ଜାଗାକ ବ୍ୟକ୍ତିଗତ ଫାଇଦାରେ ଳଗାଉଥିବା ଅଭିଯୋଗ କରିଥିଲେ କକ୍କଡ ।