ଚୀନରେ ମାନବାଧିକାର କର୍ମୀଙ୍କ ଜୀବନ ଦୁର୍ବିସହ, ତାଳି ମାରିଲେ ହେଉଛି ଜେଲ୍

ଚୀନରେ ମାନବାଧିକାର କର୍ମୀଙ୍କ ଜୀବନ ଦୁର୍ବିସହ, ତାଳି ମାରିଲେ ହେଉଛି ଜେଲ୍

କନକ ବ୍ୟୁରୋ: କେବଳ ନାମକୁ ମାତ୍ର ସ୍ୱାଧୀନତା ପାଇଛନ୍ତି ଚୀନ୍ ବାସିନ୍ଦା । ଏଠାରେ କିପରି ଶାସନ ଚାଲିଛି ତାହା ସମଗ୍ର ବିଶ୍ୱକୁ ଅଜଣା ନାହିଁ । ରାଷ୍ଟ୍ରୀୟ ସୁରକ୍ଷା ଆଇନର ବାହାନାରେ ଲୋକଙ୍କ ଉପରେ ଅତ୍ୟାଚାର କରୁଛି ଚୀନ୍ ସରକାର । ଏହାର ଏକ ନିଚ୍ଛକ ଛବି ଦେଖିବାକୁ ମିଳିଛି ହଙ୍ଗକଙ୍ଗ ସହରରେ ।

ଜାତୀୟ ସୁରକ୍ଷା ଆଇନ୍ ଆଳରେ ଲୋକଙ୍କ ଉପରେ ଅତ୍ୟାଚାର କରିଆସୁଛନ୍ତି ଚୀନ୍ ସରକାର । ଏହାର ଆଉ ଏକ ପ୍ରମାଣ ମିଳିଛି ହଙ୍ଗକଙ୍ଗ ସହରରେ । ଗୁରୁବାର ଚୀନର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଶୁଣାଣୀ ସମୟରେ ଉପସ୍ଥିତ ନାଗରିକ ତାଳିମାରିବା ସହ ନ୍ୟାୟାଧିଶଙ୍କ ବାବଦରେ ଆଲୋଚନା କରିବାରୁ ସେମାନଙ୍କ ବିରୋଧରେ ଦେଶଦ୍ରୋହ ଦଫା ଲାଗିଯାଇଛି ।

ଯେଉଁ ଦୁଇ ବ୍ୟକ୍ତିଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାଏର ହୋଇ ସେମାନଙ୍କୁ ଜେଲ ପଠାଯାଇଛି ସେମାନଙ୍କ ବିରୋଧରେ ଚୀନ୍ ସରକାର ଏକାଧିକ ଅପରାଧିକ ମାମଲା ଲଗାଇଛନ୍ତି । ତିୟାନମେନ୍ ଚୌକ୍ ନରସଂହାରର  ବାର୍ଷିକୀ ପାଳନ କରିବାକୁ ବିରୋଧ କରିବା ସତ୍ତେ୍ୱ ଏମାନେ ନରସଂହାରର ବାର୍ଷିକୀ ପାଳନ କରିଥିଲେ । ଏହି ଘଟଣାରେ ସେମାନଙ୍କୁ ଗିରଫ କରାଯାଇଥିଲା । କେବଳ ଏତିକି ନୁହେଁ ଅନ୍ୟ ଲୋକଙ୍କୁ ସରକାରଙ୍କ ବିରୋଧରେ ଉସକାଇବା ଅଭିଯୋଗ ମଧ୍ୟ ହୋଇଥିଲା ।

 କହିରଖୁଁ, ସରକାରଙ୍କ ଗଣତନ୍ତ୍ର ଶାସନକୁ ଦାବି  କରି ଚୀନରେ ୨୦୧୯ରେ ଭାରୀ ବିରୋଧ ହୋଇଥିଲା । ହେଲେ ଏହାକୁ ନିୟନ୍ତ୍ରଣ କରିବାକୁ ସରକାର ଦେଶରେ ଜାତୀୟ ସୁରକ୍ଷା ଆଇନ୍ ଲାଗୁ କରିଦେଲେ । ଏହା ପରଠାରୁ ଦେଶରେ କମ୍ୟୁନିଷ୍ଟ ସରକାରଙ୍କ ବିରୋଧରେ ସ୍ୱର ଉଠାଉଥିବା ଲୋକଙ୍କୁ କଠୋର ଦଣ୍ଡ ବିଧାନ କରୁଛି ଚୀନ୍ ସରକାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe