କନକ ବ୍ୟୁରୋ : ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଶୁଣାଣି ଘୁଞ୍ଚିଲା । ଆସନ୍ତା ୮ ତାରିଖରେ ହେବ ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି । ଗତ ଶନିବାର ଜାମିନ ଆବେଦନ ଶୁଣାଣିକୁ ସଂରକ୍ଷିତ ରଖିଥିଲେ କୋର୍ଟ । ଆସନ୍ତା ୮ ତାରିଖରେ ଏସଡିଜିଏମ କୋର୍ଟରେ ଜାମିନ ନେଇ ପୁନଃ ଶୁଣାଣି ହେବ ।

Kanak News is now on WhatsApp
Join and get latest news updates delivered to you via WhatsApp
ମହିଳା ସାମ୍ବାଦିକଙ୍କୁ ମାଡ ମାରିବା ଅଭିଯୋଗରେ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଟୁଟୁ ନାୟକ । ଟୁଟୁଙ୍କୁ ନାଁରେ ଦଫା ୩୫୪, ୩୪୧, ୩୨୩, ୨୯୪ ଲାଗିଛି । ପ୍ରଥା ଫିଲ୍ମର ପ୍ରିମିୟର ବେଳେ ଶ୍ରୀୟା ସ୍ୱାତି କମ୍ପେ୍ଲକ୍ସରେ ସାମ୍ବାଦିକଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା । ପରେ ଘଟଣାର ତଦନ୍ତ କରି ଟୁଟୁଙ୍କୁ ଗିରଫ କରିଥିଲା ପୋଲିସ ।