ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା! ପୁଞ୍ଜିଲାଲଙ୍କୁ ଚିହ୍ନିଲେ କୋରିଅର ମାଲିକ

Advertisment
କେମିତି ରାୟପୁରରେ ପାସର୍ଲ ବୋମା ଧରି କୋରିୟର ଅଫିସ ଖୋଜୁଥିଲା ପୁଞ୍ଜିଲାଲ? ପୂରା ଘଟଣାକୁ ଚଳଚିତ୍ର ରୂପ ଦେବାକୁ କରୁଥିଲା ପ୍ରୟାସ

କନକ ବ୍ୟୁରୋ : ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା । ପାଟଣାଗଡ଼ ପାର୍ସଲ ବୋମାର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେରଙ୍କୁ ଚିହ୍ନିଲେ କୋରିଅର ସଂସ୍ଥାର ମାଲିକ । ପାଟଣାଗଡ଼ ସବ୍-ଜେଲ୍ କରାଯାଇଥିବା ଏହି ଟିଆଇ ପରେଡରେ ରାୟପୁରର ଦୁଇ କୋରିଅର୍ ସଂସ୍ଥା ଡିଟିଡିସି ଏବଂ ସ୍କାଏ କିଙ୍ଗ୍ ମାଲିକ ପୁଞ୍ଜିଲାଲଙ୍କୁ ଚିହ୍ନିପାରିଛନ୍ତି। ସୂଚନା ଅନୁଯାୟୀ ଫେବ୍ରୁଆରି ୧୫ ତାରିଖରେ ପୁଞ୍ଜିଲାଲ ମେହେର ପାଟଣାଗଡ଼ରୁ ନିଜ ବୁଲେଟରେ କଣ୍ଟାବାଞ୍ଜି ରେଳଷ୍ଟେସନ୍ ଯାଇଥିଲେ। ସେଠୁ ଟ୍ରେନ୍ ଯୋଗେ ରାୟପୁର ଯାଇଥିଲେ।

publive-image

ରାୟପୁରରେ ଓହ୍ଲାଇବା ପରେ ପ୍ରଥମେ ଡିଟିଡିସି କୋରିଅର୍ ସଂସ୍ଥାକୁ ଯାଇଥିଲେ। କିନ୍ତୁ ସେଠାରେ ପରିଚୟପତ୍ର ମାଗିବାରୁ ସେଠୁ ଫେରିଆସିଥିଲେ। ଦ୍ୱିତୀୟଥର ଜଣେ ଅଟୋ ଚାଳକଙ୍କ ହାତରେ ସ୍କାଏ କିଙ୍ଗ କୋରିଅର୍ ସେଣ୍ଟରରେ ପାର୍ସଲ ଦେଇଥିଲେ। ଦ୍ୱିତୀୟଥର ୫ ଦିନ ରିମାଣ୍ଡରେ ଆସିଥିବା ପୁଞ୍ଜିଲାଲ ଗତ ୫ ତାରିଖରେ କ୍ରାଇମବ୍ରାଞ୍ଚ ଟିମ୍କୁ ଏ ସଂକ୍ରାନ୍ତରେ ଏକ ଡେମୋ ଦେଖାଇଥିଲେ। ଏହାପରେ ପୁଞ୍ଜିଲାଲଙ୍କୁ ପାଟଣାଗଡ଼ ସବ୍-ଜେଲକୁ ପଠାଇ ଦିଆଯାଇଥିଲା ।

ଅନ୍ୟପକ୍ଷରେ, ସ୍କାଏ କିଙ୍ଗ କୋରିଅର୍ ସଂସ୍ଥାର ମାଲିକ ହରବିନ୍ଦର ସିଂହ ସାଲୁଜା ଏବଂ ଡିଟିଡିସି କୋରିଅର ସଂସ୍ଥାର ରିନା ନାମକ ଜଣେ ମହିଳାଙ୍କୁ ପାଟଣାଗଡ଼ ଏସଡିଜେଏମ୍ କୋର୍ଟ ୧୧ ତାରିଖରେ ସମନ୍ ଜାରି କରିଥିଲା । ୧୪ ତାରିଖରେ ପାଟଣାଗଡ ସବଜେଲରେ ହାଜର ହେବାକୁ ଉଲ୍ଲେଖ ଥିଲା । ଗତକାଲି ଉଭୟ ଜେଲରେ ପହଞ୍ଚିଥିଲେ । ସେଠାରେ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଞ୍ଜିଲାଲଙ୍କ ଟିଆଇ ପରେଡ୍ କରାଯାଇଥିଲା। ପୁଞ୍ଜିଲାଲଙ୍କୁ ଉଭୟ ଚିହ୍ନି ପାରିଥିଲେ। ଅନ୍ୟପଟେ କ୍ରାଇମବ୍ରାଞ୍ଚର ଏକ ଟିମ୍ ଗତକାଲି ପାଟଣାଗଡ଼ ଗସ୍ତ କରିଥିଲା । ଘଟଣାରେ କିଛି ସାକ୍ଷୀ ଏବଂ ପରୋକ୍ଷ ଭାବେ ଜଡ଼ିତ କିଛି ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe