ମନ ଭିତରେ କିଛି କରି ଦେଖାଇବାର ଜିଜ୍ଞାସା ଏବଂ ଅହେତୁକ ଆତ୍ମବିଶ୍ୱାସର କାହାଣୀ ଆପଣ ପୂର୍ବରୁ ମଧ୍ୟ ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିତ୍ୱଙ୍କ କଥା କହିବୁ ଯେ ଭୀଷଣ ପୀଡା ସତ୍ତେ୍ୱ ମଧ୍ୟ ନିଜ ଲକ୍ଷ୍ୟକୁ ପୁରା କରିଥିଲେ ।
ଘଟଣାଟି ହେଉଛି କିଛି ଏଭଳି ସ୍ୱିଜରଲ୍ୟାଣ୍ଡରେ ହେଉଥିବା ଓଇଇୠ ଡାଇମଣ୍ଡ ଲିଗରେ କେନିଆର ଜଣେ ଧାବକ କନ୍ସେସଲସ୍ କିପରୁତୋଙ୍କ ଦୌଡ ଚାଲିଥିବା ସମୟରେ ବାମପଟର ଜୋତାଟି ଖସି ଯାଇଥିଲା । କିନ୍ତୁ ଏହି ଦମଦାର୍ ଖେଳାଳୀ ଏଥିପାଇଁ ଚିନ୍ତା ନକରି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଗୋଟିଏ ଜୋତାରେ ଦୌଡିଥିଲେ । ଫଳରେ ଗୋଟିଏ ହଳ ଜୋତା ପିନ୍ଦି ୩୦୦୦ ମିଟରର ରେସରେ ସେ ଦୌଡିବାକୁ ଲାଗିଥିଲେ । ଏହି ରେସରେ ଦୌଡିବା ବ୍ୟତୀତ ଡେଇଁବା ଭଳି କାର୍ଯ୍ୟ ମଧ୍ୟ ହୋଇଥିଲା । ଯାହା ତାଙ୍କୁ ବହୁତ କଷ୍ଟ ମଧ୍ୟ ଦେଇଥିଲା । କିନ୍ତୁ ସେ ନିଜର ଆତ୍ମବିଶ୍ୱାସ ଉପରେ କାଏମ୍ ରହିଥିଲେ ଏବଂ ଦ୍ୱିତୀୟ ସ୍ଥାନରେ ଥିବା ଧାବକକୁ ୦.୪ ସେକେଣ୍ଡରେ ହରାଇଥିଲେ । ଫିଲିସ୍ ଲାଇନରେ ପହଞ୍ଚିବା ପରେ ସେ ଛୋଟାଇଥିବାର ମଧ୍ୟ ଦେଖାଦେଇଥିଲା । ୩୦୦୦ କି.ମି ଗୋଟିଏ ପାଦରେ ଦୌଡିବା ପରେ ତାଙ୍କ ପାଦ କ୍ଷତାକ୍ତ ହୋଇଯାଇଥିଲା ।
ରେସ୍ ଜିତିବା ପରେ ଏହି ଧାବକ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଥିଲେ, “ଗୋଟିଏ ଜୋତା ପିନ୍ଧି ଦୌଡିବା ମୋ ପାଇଁ ଖୁବ୍ କଠିନ ଏବଂ ଦୁଃଖଭରା ଥିଲା,କିନ୍ତୁ ମୁଁ କୌଣସି ମତେ ହାର ମାନିବାକୁ ଚାହୁଁନଥିଲି । ଦର୍ଶକମାନେ ମୋ ସହିତ ଥିଲେ ଏବଂ ମୁଁ ଜିତିବା ପାଇଁ ଦୌଡୁଥିଲି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/की-नो-बॉल-1_310818-062728.jpg)
/kanak/media/post_attachments/wp-content/uploads/2018/09/Capture-300x250.png)