କନକ ବ୍ୟୁରୋ : ରାଜ୍ୟରେ ହ୍ରାସ ପାଉଛି ମହିଳାଙ୍କ ସନ୍ତାନ ଜନ୍ମ ହାର । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଅନୁସାରେ ବର୍ଷକୁ ବର୍ଷ ଶିଶୁ ଜନ୍ମ ହ୍ରାର ହ୍ରାସ ପାଉଛି । ହେଲେ ବାପା ମାଆ ମାନେ ପୁଅ ଜନ୍ମକୁ ଅଗ୍ରାଧିକାର ଦେଉଛନ୍ତି । ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଚାହୁଁଛନ୍ତି ପୁତ୍ର ସନ୍ତାନ । ୭୮ ପ୍ରତିଶତ ମହିଳା ଓ ୭୨ ପ୍ରତିଶତ ପୁରୁଷଙ୍କ ପୁତ୍ର ସନ୍ତାନ ପ୍ରତି ଦୁର୍ବଳତା ରହିଛି ।

Advertisment

ସେହିଭଳି ୧୩ ପ୍ରତିଶତ ମହିଳା ଓ ୧୨ ପ୍ରତିଶତ ପୁରଷ ଝିଅ ବଦଳରେ ପୁଅ ଜନ୍ମ ଚାହାନ୍ତି । ଗୋଟିଏ କିମ୍ବା ଦୁଇଟି ପୁଅ ଥିଲେ ୯୫ ପ୍ରତିଶତ ମହିଳା ଆଉ ସନ୍ତାନ ଚାହାନ୍ତି ନାହିଁ । ଉଭୟ ପୁରୁଷ ଓ ମହିଳାଙ୍କ ବନ୍ଧ୍ୟାକରଣ ବ୍ୟବସ୍ଥା ରହିଛି । ହେଲେ ଆଜି ବି ମାତ୍ର ଶୂନ ଦଶମିକ ୩ ପ୍ରତିଶତ ପୁରୁଷ ବନ୍ଧ୍ୟାକରଣ ପଦ୍ଧତି ଗ୍ରହଣ କରୁଛନ୍ତି । ବିଶେଷଜ୍ଞଙ୍କ ମତରେ ପୁରୁଷଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇବାରେ ଲାଗିଛି । ମୋବାଇଲ, ଧୂମପାନ, ନିଶାଦ୍ରବ୍ୟର ମାତ୍ରାଧିକ ବ୍ୟବହାର ଓ ମାନସିକ ଚାପ ଏହାର କାରଣ । ଏହା ସହ ପୁରୁଷମାନେ ଏପରି ଖାଦ୍ୟ ଖାଉଛନ୍ତି ଯାହାକି ସେମାନଙ୍କ ପ୍ରଜନନ କ୍ଷମତାକୁ ହ୍ରାସ କରୁଛି । ସେହିପରି ମହିଳାଙ୍କ ପ୍ରଜନନ ହ୍ରାସ ପାଇବାର କାରଣ ହେଉଛି ଜୀବନ ଶୈଳୀ ଓ ଜଳବାୟୁ ପରିବର୍ତନ ।