କନକ ବ୍ୟୁରୋ : ଅନଲାଇନରେ ସାମଗ୍ରୀ ମଗାଉଥିଲେ ସାବଧାନ । କାରଣ ଆପଣ ମଗାଉଥିବା ସାମଗ୍ରୀ ବଦଳରେ ଅନେକ ସମୟରେ ଅନ୍ୟ ସାମଗ୍ରୀ ଡେଲିଭରି କରୁଛନ୍ତି କମ୍ପାନୀ । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଛି । କାରଣ ଖବର କାଗଜରେ ବିଜ୍ଞାପନ ଦେଖି ଏକ ବିଲେଇ ଅନଲାଇନରେ ସପିଂ କଲେ ଦମ୍ପତି ଆଉ ଘରେ ପହଂଚିଲା ବାଘ ଛୁଆ । ଆଉ ତାହା ପରେ ଯାହା ହେଲା...

Advertisment

ଅନଲାଇରେ ସପିଂ କରୁଛନ୍ତି କି ? ସାବଧାନ !

ବିଲେଇ ମଗାଇଥିଲେ ଦମ୍ପତ୍ତି, ଘରେ ପହଞ୍ଚିଗଲା ବାଘ ଛୁଆ

କରୋନା କାଳରେ ଅନଲାଇନ ସପିଂର ବଢୁଛି ଚାହିଦା

ତେବେ ଦିନକୁ ଦିନ ଅନଲାଇନ ସପିଂର ଚାହିହା ବଢିବାରେ ଲାଗିଛି । ସ୍ଥାନୀୟ ବଜାରକୁ ଯାଇ କୌଣସି ସାମଗ୍ରୀ କିଣିବା ପରିବର୍ତେ ଘରେ ବସି ନିଜ ମନପସନ୍ଦର ସାମଗ୍ରୀ କିଣିବାକୁ ଲୋକମାନେ ବେଶି ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ତେବେ କହିବାକୁ ଗଲେ କରୋନା କାଳରେ ଅନଲାଇନ ସପିଂର ଚାହିଦା ବଢିବାରେ ଲାଗିଛି । କାରଣ ମହାମାରୀ ସମୟରେ ଘରେ ରହିବାକୁ ସରକାର ବାରମ୍ବାର ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ।

ବିଲେଇର ଦାମ ଥିଲା ୫ ଲକ୍ଷ ଟଙ୍କା

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବର୍ତମାନ ସମୟରେ ଲୋକମାନେ ନିଜ ମନପସନ୍ଦର ପଶୁପକ୍ଷୀମାନଙ୍କୁ ମଧ୍ୟ ଅନଲାଇନରେ ସପିଂ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ, ଫ୍ରାନ୍ସ ନର୍ମାଣ୍ଡିର ଦମ୍ପତ୍ତି ଖବର କାଗଜରେ ବିଲେଇ ବିକ୍ରି ବିଜ୍ଞାପନ ଦେଖି ଅକ ସଭାନ ବ୍ରିଡ ବିଲେଇ ପସନ୍ଦ କରିଥିଲେ । ସ୍ଥାନୀୟ ମୁଦ୍ରାରେ ବିଲେଇର ମୂଲ୍ୟ ୬ ହଜାର ୟୁରୋ ଅର୍ଥାତ୍ ଭାରତୀୟ ମୁଦ୍ରାରେ ବିଲେଇର ଦାମ ଥିଲା ୫ ଲକ୍ଷ ଟଙ୍କା ।

ବାକ୍ସ ଖୋଲିଲେ, ଚମକି ପଡିଲେ

ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ

ତେବେ ବିଲେଇ କିଣିବା ଲାଗି ଦମ୍ପତ୍ତି ଅନଲାଇନ ଡିଟେଲସ ପୂରଣ କରିବା ସହ ଟଙ୍କା ପୈଠ କରିଦେଲେ । ଦମ୍ପତ୍ତିଙ୍କ ଅର୍ଡରର ଦିନକ ପରେ ଡେଲିଭରି ବୟ ସେମାନଙ୍କ ଘରକୁ ଏକ ଡେଲିଭରି ବାକ୍ସ ନେଇ ପହଂଚିଥିଲେ । ତେବେ ନିଜ ମନପସନ୍ଦର ସାମଗ୍ରୀ ପାଇ ଖୁସୀରେ ବାକ୍ସ ଖୋଲିବା ବେଳେ ଦମ୍ପତ୍ତି ଯାହା ଦେଖିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । କାରଣ ବିଲେଇ ବଦଳରେ ସେମାନଙ୍କୁ ମିଳିଥିବା ୩ ମାସର ବାଘ ଶାବସ । ଯାହାକୁ ନେଇ ଦମ୍ପତି ମଧ୍ୟ ଡରିଯାଇଥିଲେ, ଯାହା ବର୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମୋଟ ଉପରେ କହିବାକୁ ଗଲେ, ବର୍ତମାନ ଅନଲାଇନ ସପିଂ ଚାହିଦା ବହୁପରିମାଣରେ ବଢିଯାଇଛି । ଗୋଟିଏ ପଟେ କରୋନା ପରି ମହାମାରୀରୁ ରକ୍ଷା ପାଇବା ଲାଗି ଘରୁ ବାହାରକୁ ବାହାରିବାକୁ ଇଚ୍ଛା କରୁନାହାନ୍ତି ଲୋକେ ଆଉ ଅନ୍ୟ ପଟେ ବିଭିନ୍ନ ସମୟରେ ମିଳୁଥିବା ଅଫରରେ ଆକୃଷ୍ଟ ହୋଇ ଅନଲାଇନ ସପିଂକୁ ଆପଣାଉଛନ୍ତି ଲୋକ । କିନ୍ତୁ ଗୋଟିଏ ସାମଗ୍ରୀ ମଗାଉଥିବା ବେଳେ ଗୋଟିଏ ସାମଗ୍ରୀ ପହଂଚୁଥିବାରୁ ବିରକ୍ତି ପ୍ରକାଶ କରୁଛନ୍ତି ଲୋକ । ଯାହା ଏହି ଘଟଣାର ଏକ ଉଦାହରଣ ।

v