କରୋନା ସଚେତନତା ବେଳେ ଦଶପଲ୍ଲାରେ ଅଭାବନୀୟ ଘଟଣା । ସଂକ୍ରମଣ ରୋକିବାକୁ ସଚେତନତା କରୁଥିବା କାର୍ଯ୍ୟରତ ଆଶାକର୍ମୀଙ୍କ ଉପରେ ଗରମ ପେଜ ଢାଳିଦେଲେ ଅସମାଜିକ ବ୍ୟକ୍ତି, ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ ।

1,167

କନକ ବ୍ୟୁରୋ: କରୋନା ଲଢେଇ ସମୟରେ ଲୋକଙ୍କ ସେବାରେ ନିୟୋଜିତ କରୋନା ଯୋଦ୍ଧାଙ୍କୁ ସଲାମ କରୁଛି ଦେଶ । କିନ୍ତୁ ନୟାଗଡ ଜିଲ୍ଲା ଦଶପଲ୍ଲାରୁ ଏକ ଏମିତି ଖବର ଆସିଛି ଯାହା ଶୁଣିଲେ ଆପଣଙ୍କ ଛାକି ଥରିଉଠିବ । ପୂର୍ବଶତ୍ରୁତାକୁ ୍ଣଳନ୍ଦ୍ର କରି ଜଣେ ଆଶାକର୍ମୀଙ୍କ ଉପରକୁ ହୋଇଛି ଗରମ ପେଜ ମାଡ । ପୋଲି୍ସ ଅଭିଯୁକ୍ତକୁ ଗିରଫ କରିସାରିଛି ।

ଏକଥା ଶୁଣିବା ବେଳକୁ ରୋମ ଟାଙ୍କୁରି ଉଠିବା ସ୍ୱାଭାବିକ । କାହିଁକି ନା ସଂକଟ ସମୟରେ ଯିଏ ସେବା କରିବାକୁ ଆସିଛନ୍ତି, ତାଙ୍କୁ ହେଉଛି ଗରମ ପେଜ ମାଡ । ଘଟଣା ଘଟିଛି ଦଶପଲ୍ଲା ବ୍ଳକ ଉପାନ୍ତ ଅଂଚଳ ଗେନେଗେଣ୍ଡା ଗାଁରେ । ଅଭିଯୋଗ ଅନୁସାରେ ଗେନେଗେଣ୍ଡା ଗାଁର ଆଶାକର୍ମୀ ସେହି ଗାଁରେ କାର୍ଯ୍ୟରତ ସ୍ୱୟଂସହାୟକ ଗୋଷ୍ଠୀକୁ କରୋନା ସଂପର୍କରେ କିଛି ପରାମର୍ଶ ଦେବା ସହ ଗାଁରେ କିଛି ଔଷଧ ବାଂଟିବା କାମରେ ନିୟୋଜିତ ଥିଲେ । ଏତିକି ବେଳେ ପୂର୍ବ ଶତୃତା କାରଣରୁ ସେହି ଗାଁର ମନୁ ନାୟକ ସହ ତାଙ୍କର ବଚସା ହୋଇଥିଲା । ଏହାର କିଛି ସମୟ ପରେ ଆଶା କର୍ମୀ ନିଜ ଘରକୁ ଫେରି ଆସିଥିବା ବେଳେ ଅଭିଯୁକ୍ତ ଓ ତା ସ୍ତ୍ରୀ ଉଭୟେ ଆସି ବଚସା କରିଥିଲେ । ପରେ ପରେ ଗରମ ପେଜକୁ ଆଶା କର୍ମୀଙ୍କ ଉପରେ ଢାଳି ଦେଇଥିଲେ ।

ତେବେ ଗୁରୁତର ଆଶାକର୍ମୀଙ୍କୁ ଦଶପଲ୍ଲା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରାଯାଇଛି । ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଦଶପଲ୍ଲା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିଛି । ହେଲେ ଏଠି ପ୍ରଶ୍ନ ଉଠୁଛି ଯେ, ସଙ୍କଟ ସମୟରେ ନିଜ ପରିବାର କଥା ନଚିନ୍ତା କରି ଆମ ମାନଙ୍କ ଜୀବନ ବଞ୍ଚାଇବା ପାଇଁ ବାହାରକୁ ବାହାରୁଛନ୍ତି । କରୋନା ଭୟ ନୁହେଁ କେବଳ ଆପଣଙ୍କ ମାନଙ୍କୁ ତା କବଳରୁ ବଞ୍ଚାଇବା ପାଇଁ ସେ ସିଂହବାହିନୀ ସାଜୁଛନ୍ତି । ଆଉ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ତାଙ୍କ ଉପରେ ଏମିତି ପେଜ ମାଡ଼ କେତେ ଯୁକ୍ତିଯୁକ୍ତ । ତାହା ଆପଣ ହିଁ ବଚାର କରନ୍ତୁ…