ବାଘ ପାଇଁ ‘ବାଘ ବଞ୍ଚାଅ ଅଭିଯାନ’ । ଏକ ଦମ୍ପତିଙ୍କ ନିଆରା ପ୍ରୟାସ । ଲୋକଙ୍କ ପାଖରେ ବାଘ ବଞ୍ଚାଅ ବାର୍ତ୍ତା ପହଞ୍ଚାଇବାକୁ ବୁଲୁଛନ୍ତି ରାଜ୍ୟକୁ ରାଜ୍ୟ

ସ୍ୱାମୀ-ସ୍ତ୍ରୀଙ୍କ ‘ବାଘ ବଞ୍ଚା ଅ’ ଅଭିଯାନ

72

କନକ ବ୍ୟୁରୋ: ବାଘଙ୍କ ସଂରକ୍ଷଣ ପାଇଁ ବାଘ ବଞ୍ଚାଅ ଅଭିଯାନ । ଜାତୀୟ ପସୁକୁ ଭଲ ପାଉଥିବା ଦମ୍ପତିଙ୍କ ନିଆରା ପ୍ରୟାସ । ସ୍ୱାମୀ-ସ୍ତ୍ରୀଙ୍କ ‘ବାଘ ବଞ୍ଚା ଅ’ ଅଭିଯାନ । କୋଲକତାର ଏକ ଦମ୍ପତି ‘ବାଘ ବଞ୍ଚାଅ’ ବାର୍ତ୍ତା ନେଇ ଚଳାଇଛନ୍ତି ଏକ ନିଆରା ଅଭିଯାନ । କୋଲକତାର ରତୀନ୍ଦ୍ରନାଥ ଦାସ ଏବଂ ତାଙ୍କ ପତ୍ନୀ ଗିତାଞ୍ଜଳୀ ‘ବାଘ ବଞ୍ଚାଅ’ ବାର୍ତ୍ତାକୁ ସାରା ଦେଶରେ ପହଁଚାଇବା ପାଇଁ ମୋଟର ସାଇକେଲରେ ଯାତ୍ରା କରୁଛନ୍ତି । ଫେବୃୟାରୀ ୧୫ରୁ ଏହି ଦମ୍ପତି କୋଲକତାରୁ ନିଜ ଅଭିଯାନ ଆରମ୍ଭ କରିଛନ୍ତି ।
ଦିନକୁ ଦନ ବାଘଙ୍କ ସଂଖ୍ୟା କମିବାରେ ଲାଗିଛି । ଏହାର ମୁଖ୍ୟ କାରଣ ହେଉଛି ଜଙ୍ଗଲ କ୍ଷୟ । ଜଙ୍ଗଲ କାଟି ମଣିଷ ଘରକରିବାକୁ ଲାଗିଲଣି । ଯାହାର ପ୍ରଭାବ ବନ୍ୟଜନ୍ତୁଙ୍କ ଉପରେ ପଡିଛି । ଜନବସତି ଗଢି ଉଠୁଛି, ଜଙ୍ଗଲ କ୍ଷୟ ହେଉଛି । ଆଉ ଲୋପ ପାଇଯାଉଛନ୍ତି ଅତି ବିରଳ ପ୍ରଜାତିର ବନ୍ୟଜନ୍ତୁ । ଖାସ କରି ବାଘଙ୍କ ଉପରେ ଏହାର ପ୍ରଭାବ ବେଶ୍ ଅଧିକ ପଡିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି କୋଲକତାର ଏହି ଦମ୍ପତି ବାଘ ବଞ୍ଚାଅ ଅଭିଯାନ ଆରମ୍ଭ କରିଛନ୍ତି ।
ସାରା ଦେଶରେ ବୁଲି ବୁଲି ଲୋକଙ୍କୁ ‘ବାଘ ବଞ୍ଚାଅ’ର ସମ୍ବାଦ ଦେଉଛନ୍ତି ଏହି ଦମ୍ପତି । ଆଉ ଏହି ଅଭିଯାନର ନାମ ରଖିଛନ୍ତି ‘ଜର୍ଣ୍ଣି ଫର୍ ଟାଇଗର୍’ ।
ଦେଶରେ ଥିବା ଭିନ୍ନ ଭିନ୍ନ ବାଘ ସଂରକ୍ଷଣ କେନ୍ଦ୍ର ବୁଲିବା ସହ ସେଠାକାର ଲୋକଙ୍କୁ ‘ବନ୍ୟଜନ୍ତୁ ସମ୍ପଦ’ର ସୁରକ୍ଷା ପାଇଁ ପ୍ରୋତ୍ସାହିତ କରିଛନ୍ତି ଏହି ଦମ୍ପତି । ୨୮ଟି ରାଜ୍ୟ ଏବଂ ୫ଟି କେନ୍ଦ୍ରଶାସିତ ଅଂଚଳ ମୋଟର ସାଇକେଲରେ ଯାତ୍ରା କରିବା ପରେ ଏବେ ମୟୁରଭଂଜର ଶିମିଳିପାଳ ନ୍ୟାସନାଲ୍ ପାର୍କ ଅଭିମୁଖେ ଯାତ୍ରା କରୁଛନ୍ତି ରତୀନ୍ଦ୍ରନାଥ ଏବଂ ଗୀତାଂଜଳୀ ।