ଦୁର୍ଘଟଣାରେ ବିଚ୍ଛେଦ ପରେ ମିଳନ, ପୁରସ୍ପରକୁ ଫେରି ପାଇଲେ ପଶ୍ଚିମବଙ୍ଗର ନବ ଦମ୍ପତ୍ତି ଉଭୟ ଆହତ ପରେ ଏବେ ସୁରକ୍ଷିତ

4,396

କନକ ବ୍ୟୁରୋ: କରମଣ୍ଡଳ ଏକ୍ସପ୍ରେସ୍ରେ ପଶ୍ଚିମବଙ୍ଗର ଏକ ନବଦମ୍ପତ୍ତି ଯାତ୍ରା କରୁଥିଲେ । ଟ୍ରେନ୍ ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିଲେ । ଏହା ପରେ ଦୁଇ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅଧିକ ଚିକିତ୍ସା ପାଇଁ ସ୍ୱାମୀଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା । ହେଲେ ପତ୍ନୀଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ହସ୍ତାନ୍ତର କରାଯାଇଥିଲା । ସେତେବେଳେ ଦୁଇ ଜଣଙ୍କ ଚେତା ନଥିଲା । ହୋସ୍ ଆସିବା ବେଳକୁ ଦୁହେଁ ଦୁହିଁଙ୍କୁ ପାଇନଥିଲେ । ୪ ଦିନ ଉଭୟ ଅଲଗା ରହିବା ପରେ ଦୁହେଁ ନିଜର ପରିଚୟ ଦେଇଥିଲେ । ପ୍ରଶାସନିକ ସ୍ତରରେ ଦୁଇ ଜଣଙ୍କ ଚିକିତ୍ସା ସ୍ଥିତି ନେଇ ଖୋଜାଖୋଜି ଆରମ୍ଭ ହୋଇଥିଲା । ଆଉ ଶେଷର ବାଲେଶ୍ୱର ହସ୍ପିଟାଲରୁ ପତ୍ନୀ ଆସି ଏସ୍ସିବିରେ ସ୍ୱାମୀଙ୍କ ପାଖରେ ପହଞ୍ଚିିଥିଲେ । ଏବେ ଦୁଇ ଜଣ ସୁସ୍ଥ ଅଛନ୍ତି । ଦୁଇ ଜଣଙ୍କ ଖୁସିର ମୁହୂର୍ତ୍ତକୁ ଏସ୍ସିବି ପକ୍ଷରୁ ଟ୍ୱିଟ୍ କରି ଅବଗତ କରାଯାଇଛି ।