କନକ ବ୍ୟୁରୋ : କାଠଯୋଡି ତ୍ରିଶୁଳିଆ ବ୍ରିଜ ଉପରୁ ତଳକୁ ଡେଇଁ ପଡିଛନ୍ତି ସ୍ୱାମୀ- ସ୍ତ୍ରୀ । ନଦୀକୁ ଡେଇଁବା ପୂର୍ବରୁ ବ୍ରିଜ ଉପରେ ମୋବାଇଲ ଓ ଆଧାରକାର୍ଡ ପକାଇ ଦେଇଥିବାରୁ ସେମାନଙ୍କ ପରିଚୟ ମିଳିଛି । ଖବର ପାଇଁ ଉଦ୍ଧାରକାରୀ ଟିମ୍ ଘଟଣା ସ୍ଥଳରେ ପହଂଚି ଉଦ୍ଧାର ପାଇଁ ଚେଷ୍ଟା କରୁଛନ୍ତି । ସ୍ୱାମୀଙ୍କ ନାମ ପ୍ରଦ୍ୟୁମ୍ନ ଲେଙ୍କା ଓ ସ୍ତ୍ରୀ ବର୍ଷା ଲେଙ୍କା ବୋଲି ଜଣାପଡିଛି । ହେଲେ କେଉଁ କାରଣରୁ ସେମାନେ ଆତ୍ମହତ୍ୟା ଉଦ୍ୟମ କଲେ ତାହା ସ୍ପଷ୍ଟ ହୋଇନାହିଁ
ବାରଙ୍ଗ ତ୍ରିଶୁଳିଆରେ ବ୍ରିଜ ଉପରୁ ଡେଇଁଲେ ସ୍ୱାମୀ-ସ୍ତ୍ରୀ । ଆଧାରକାର୍ଡ ଓ ମୋବାଇଲ ମିଳିବା ପରେ ମିଳିଲା ପରିଚୟ
/kanak/media/post_attachments/wp-content/uploads/2024/08/50-3.jpg)