କନକ ବ୍ୟୁରୋ: ଗୁରୁବାର ବିଳମ୍ବିତ ରାତ୍ରରେ ୱାର୍ସିଗୁଡ଼ାସ୍ଥିତ ବାସଭବନରେ ୪ ବର୍ଷୀୟ ଝିଅକୁ ଫାଶୀ ଦେଇ ଏକ ବେକାର ଦମ୍ପତି ନିଜେ ମଧ୍ୟ ଫାଶୀ ଲଗାଇ ଜୀବନ ହରାଇଥିବା କଥା ପୁଲିସ କହିଛି। ଶୁକ୍ରବାର ସକାଳେ ପୁଲିସ ଗଙ୍ଗାପୁତ୍ର କଲୋନିରେ ଥିବା ସେମାନଙ୍କ ଘର କବାଟ ଭାଙ୍ଗି ପଶିବାରୁ ୩୫ ବର୍ଷିୟ କେ. ସାଇ କ୍ରିଷ୍ଣା, ତାଙ୍କ ୩୦ ବର୍ଷୀୟ ସ୍ତ୍ରୀ ଚିତ୍ରଲେଖା ଓ ୪ ବର୍ଷୀୟ ଝିଅ ତେଜସ୍ବିନୀ ଫାଶୀ ଲଗାଇ ମରିଥିବା ଦେଖିଥିଲେ।

Kanak News is now on WhatsApp
Join and get latest news updates delivered to you via WhatsApp
ଗୁରୁବାର ରାତିରେ ସେମାନଙ୍କ ଘରେ ଟେଲିଭିଜନ୍ର ସାଉଣ୍ଡ୍ ଖୁବ୍ ଜୋର୍ରେ ଶୁଭୁଥିଲା। ଏଥିରେ ବିବ୍ରତ ହୋଇ ଘର ମାଲିକ ତାଙ୍କୁ ଡାକିଥିଲେ କିନ୍ତୁ, ଦୁହେଁ ଶୁଣି ନ ଥିଲେ। ତେଣୁ, ଶୁକ୍ରବାର ସକାଳୁ ଆସି ସେ କବାଟ ଠକ ଠକ କଲେ, କିନ୍ତୁ ଭିତରୁ କୌଣସି ଜବାବ ମିଳିଲା ନାହିଁ। ତେଣୁ, ସେ ପୁଲିସକୁ ଖବର ଦେଇଥିଲେ। ସେ ଦମ୍ପତି କାନ୍ଥରେ ୩ଜଣ ଲୋକଙ୍କ ନାଁ ଲେଖି ଆତ୍ମହତ୍ୟା ପାଇଁ ସେମାନଙ୍କୁ ଦାୟୀ କରିଛନ୍ତି। କିନ୍ତୁ, ଦୁହେଁ ସେମାନଙ୍କୁ ଦାୟୀ କରାଯିବାର କାରଣ ଦର୍ଶାଇନାହାଁନ୍ତି ।
ପୁଲିସର ପ୍ରାଥମିକ ତଥ୍ୟ ଅନୁସାରେ, ସେ ୩ଜଣ ହେଉଛନ୍ତି ପୂର୍ବରୁ ଚିତ୍ରଲେଖା ଯେଉଁଠି କାମ କରୁଥିବା ଅଫିସର କର୍ମଚାରୀ। ଆଗରୁ କ୍ରିଷ୍ଣା କାର୍ ଡ୍ରାଇଭର୍ ଭାବେ କାର୍ୟ୍ୟ କରୁଥିଲେ। କିନ୍ତୁ, କିଛି ଦିନ ହେବ ଦୁହେଁ କୌଣସି କାମ ନ କରି ବେରୋଜଗାର ହୋଇଯାଇଥିଲେ। ଆର୍ଥିକ ସମସ୍ୟା ସେମାନଙ୍କ ଆତ୍ମହତ୍ୟାର କାରଣ ବୋଲି ସନ୍ଦେହ କରାଯାଉଛି ।