କନକ ବ୍ୟୁରୋ: ଲାଇଫ ଷ୍ଟାଇଲ ପାଇଁ ଲୁଟ । ସାମ୍ନାକୁ ଆସିଛି ପ୍ରେମୀଯୁଗଳଙ୍କ ଠକେଇର କାହାଣୀ । ଦେଖିବାକୁ ବେଶ ସମ୍ପ୍ରାନ୍ତ ଶ୍ରେଣୀର ଦେଖାଯାଉଥିଲେ ଏମାନେ ହେଉଛନ୍ତି ଜଣେ ଜଣେ ଠକ । ଏମାନେ ହେଲେ ବ୍ରହ୍ମପୁରରୁ ମଙ୍ଗୁଳି ସ୍ୱାଇଁ ଓ ଢେଙ୍କାନାଳର ହିମାଦ୍ରୀ ବେହେରା । ରାଜଧାନୀରେ ଲିଭ-ଇନରେ ରହିବା ପାଇଁ ଲୋକଙ୍କୁ ଲୁଟୁଥିଲେ ଏହି ପ୍ରେମୀଯୁଗଳ । କେତେବେଳେ ନିଜକୁ ବଡ ସଫଟେୱର କମ୍ପାନୀର ଏଚଆର ତ ଆଉ କେତେବେଳେ ସରକାରୀ ଅଫିସର ମୁଖିଆ କହି ଚାକିରୀ ଦେବା ନାଁରେ ଲୁଟିଚାଲିଥିଲେ । କାହାକୁ ପୋର୍ଟରେ, କାହାକୁ ପିଅନତ ଆଉ କାହାକୁ ରେଭିନ୍ୟୁ ଅଫିସର କରିଦେବାର ଲୋଭ ଦେଖାଇ ଲୁଟି ନେଉଥିଲେ ଟଙ୍କା । ଟଙ୍କା ନେଇ ଚାକିରୀ ନ ଦେବାରୁ ସାଇବର ଥାନାରେ ଅଭିଯୋଗ ହେବା ପରେ ବନ୍ଧାହୋଇଛନ୍ତି ଏହି ପ୍ରେମୀଯୁଗଳ ।

କେବଳ ଏହି ୨ ଅଭିଯୁକ୍ତ ନୁହନ୍ତି ଏମାନଙ୍କର ଡାଟା ପ୍ରୋଭାଇଡର ସାଜିଥିଲା ଉମାକାଣ୍ଡ ରଣା । ଉମାକାନ୍ତ ଗୋଟିଏ ପରେ ଗୋଟିଏ ଡକ୍ୟୁମେଂଟ ପ୍ରେମୀଯୁଗଳଙ୍କୁ ଦେଉଥିଲା । ଆଉ ପ୍ରେମୀଯୁଗଳ ଜଣକ ପରେ ଜଣକୁ ଲୁଟି ଚାଲିଥିଲେ । ଏହି ୩ ଜଣ ଯାକ ମିଶି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ୩ଜଣଙ୍କୁ ଏବେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ସାଇବର ଥାନାରେ ଏବେ ଏହି ପ୍ରେମୀଯୁଗଳଙ୍କ ନାଁରେ ଲମ୍ବିଚାଲିଛି ଠକେଇର ଫର୍ଦ୍ଦ ।