କରେଣ୍ଟ ନେଲା ଜୀବନ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଲୋଇସିଂହାରେ ସ୍ୱାମୀ, ସ୍ତ୍ରୀ ମୃତ । କଣ୍ଟାବାଞ୍ଜିରେ ସାନ ଭଉଣୀକୁ ବଂଚାଇବାକୁ ଯାଇ ବଡ ଭାଇର ଜୀବନ ଗଲା ।

713

କନକ ବ୍ୟୁରୋ : କରେଂଟ ନେଲା ଜୀବନ । ବଲାଙ୍ଗୀର ଲୋଇସିଂହାରେ ବିଦ୍ୟୁତ ତାର ସଂଶସ୍ପର୍ଶରେ ଆସି ସ୍ୱାମୀ , ସ୍ତ୍ରୀ ମୃତ । ସ୍ତ୍ରୀକୁ ବଂଚାଇବାକୁ ଯାଇ ସ୍ୱାମୀର ମୃତ୍ୟୁ ହୋଇଛି । ଲୁଗା ଶୁଖାଇବାବେଳେ ଘଟିଥିଲା ଏଭଳି ଅଘଟଣ । ଲୋଇସିଂହାର ଆଗଲପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସେହିପରି କଂଟାବାଂଝି ମୂରିବାହାଲ ଥାନା ଗୁୁରୁଣ୍ଡା ଗାଁରେ ବି ଘଟିଛି ଏଭଳି ଆଉ ଏକ ଅଭାବନୀୟ ଘଟଣା । ସାନ ଭଉଣୀକୁ ବଂଚାଇବାକୁ ଯାଇ ବଡ ଭାଇର ମୃତ୍ୟୁ ହୋଇଛି । ଗଣେଶ ପୂଜାରେ ଲାଗିଥିବା ଲିଚୁ ଲାଇଟରୁ କରେଂଟ ଲାଗି ଭାଇର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଉଛନ୍ତି କର୍ଣ୍ଣଦାନୀ ସରାଫ ।

ଆଜି ସକାଳେ ସାନ ଭଉଣୀ ପ୍ରେମଲତା ଘର ବାହାରେ ଝାଡୁ କରୁଥିଲେ । ଠିକ୍ ଏତିକି ବେଳେ ଗଣେଶ ପୂଜା ପାଇଁ ଲଗାଯାଇଥିବା ଲିଚୁ ତାର ସଂସ୍ପର୍ଶରେ ଆସିଥିଲେ । କରେଂଟ ଲାଗିବାରୁ ସେ ଜୋରରେ ଚିତ୍କାର କରିଥିଲେ । ଭଫଣୀର ପାଟି ଶୁଣି ବଡ ଭାଇ କର୍ଣ୍ଣଦାନୀ ସେଠାରେ ପହଞ୍ଚି ତାରଟିକୁ ଟାଣିଥିଲେ । କିନ୍ତୁ ଦୁଃଖର କଥା ହେଉଛି, ଭଉଣୀର ଜୀବନ ବଞ୍ଚାଇଥିବା ବେଳେ ନିଜେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ କଣ୍ଟାବାଞ୍ଜି ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ କର୍ଣ୍ଣଦାନୀଙ୍କୁ ମୃତ ଘୋଷଣା କରିଥିଲେ ।