କନକ ବ୍ୟୁରୋ : କାଶ୍ମୀରରେ ଓଡିଆ ଦମ୍ପତିଙ୍କ ମୃତ୍ୟୁ । କେନ୍ଦ୍ରାପଡା ଜିଲ୍ଲାର ୧୨ ଜଣ ବିଇଡି ପରୀକ୍ଷା ଦେବାକୁ ଜାମ୍ମୁକାଶ୍ମୀର ଯାଇଥିବା ବେଳେ ଦଂପତିଙ୍କର ମୃତ୍ୟୁ ଘଟିଛି । ଶ୍ୱାଶରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ହୋଇଛି । ଆଉ ଏକ ଦମ୍ପତି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
କେନ୍ଦ୍ରାପଡା ସହରର ମଧ୍ୟଖଣ୍ଡି ଗ୍ରାମର ରାଧାଶ୍ୟାମ ମିଶ୍ର ଓ ତାଙ୍କ ସ୍ତ୍ରୀ ନିବେଦିତା ମିଶ୍ରଙ୍କ ସମେତ ୧୨ ଜଣ ବିଇଡି ପରୀକ୍ଷା ଦେବା ପାଇଁ ଜାମ୍ମୁକାଶ୍ମୀର ଯାଇଥିଲେ । ସେଠାରେ ଏକ ଭଡା ଘରେ ରହୁଥିବା ବେଳେ ଅତ୍ୟଧିକ ଶୀତ ଯୋଗୁଁ ନିଆଁ ଜାଳି ଶୋଇଥଲେ । ଘରେ ନିଆଁ ଜାଳି ଶୋଇଥିବା ବେଳେ ଶ୍ୱାଶରୁଦ୍ଧ ହୋଇ ରାଧାଶ୍ୟାମ ମିଶ୍ର ଓ ତାଙ୍କ ସ୍ତ୍ରୀ ନିବେଦିତାଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ଏହାସହ ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/vlcsnap-2017-01-21-08h36m13s575.png)