ବିଧାନସଭା ଆଗରେ ହାଇଡ଼୍ରାମା: କିରୋସିନ ଢ଼ାଳି ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ; ସ୍ୱାମୀ ସ୍ତ୍ରୀଙ୍କୁ କାବୁ କଲା ପୋଲିସ

୫ବର୍ଷର ଝିଅ ହତ୍ୟା ମାମଲାରେ ନ୍ୟାୟ ନପାଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ନୟାଗଡ଼ ଦମ୍ପତି

1,192

କନକ ବ୍ୟୁରୋ: ବିଧାନସଭା ଆଗରେ ହାଇଡ୍ରାମା । କିରୋସିନ ଢାଳି ସ୍ୱାମୀ, ସ୍ତ୍ରୀଙ୍କ ଆତ୍ମହୁତି ଉଦ୍ୟମ । ବିଧାନସଭା ଅଧିବେଶନ ଚାଲୁଥିବା ବେଳେ ମୁଖ୍ୟ ଫାଟକ ଆଗରେ ଆଜି ଏପରି ଘଟଣା ଦେଖିବାକୁ ମିଳିଛି । ଆତ୍ମହତ୍ୟା ଉଦ୍ୟମ ବେଳେ ଉଭୟଙ୍କୁ ପୁଲିସ କାବୁ କରିଥିବା ବେଳେ କିରୋସିନ  ଓ ଦିଆସିଲ ଜବତ କରାଯାଇଛି ।

ଆତ୍ମହତ୍ୟା ଉଦ୍ୟମ କରୁଥିବା ଦମ୍ପତି ନୟାଗଡର ବୋଲି ଜଣାପଡିଛି । ତେବେ ୫ ବର୍ଷର ଝିଅ ହତ୍ୟା ମାମଲାରେ ନ୍ୟାୟ ନପାଇବାରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କ ଝିଅ ପରିକୁ ମାରିଦିଆଯାଇଛି ।  କିଡନୀ,  ଆଖି ବିକି ଦେଇଛନ୍ତି ହତ୍ୟାକାରୀ । ହେଲେ ଏଯାଏ ଅଭିଯୁକ୍ତକୁ ଗିରଫ କରାଯାଉନି ନାହିଁ । ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଦମ୍ପତି କହିଛନ୍ତି ।