କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟ ମେହସାଣା ଜିଲ୍ଲାର ମୋଢେରା ଗାଁକୁ ଭାରତର ପ୍ରଥମ ସୋଲାର ଗାଁ ଭାବେ ଘୋଷଣା କରିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହାର ଶୁଭ ଉଦଘାଟନ କରିବେ ।

Advertisment

ଗୁଜୁରାଟର ମୋଢରା ଗାଁ ସୂର୍ଯ୍ୟ ମନ୍ଦିର ପାଇଁ ଜଣାଶୁଣା । ମୋଢରା ଗାଁର ଘରେ ଘରେ ଲାଗିଛି ସୋଲାର ପ୍ୟାନେଲ । ଗାଁରେ ୧୩୦୦ରୁ ଅଧିକ ସୋଲାର ପ୍ୟାନେଲ ଲାଗିଛି । ଏହାଦ୍ୱାରା ଗାଁରେ ୨୪ ଘଣ୍ଟା ବିଦ୍ୟୁତ ଶକ୍ତି ଉତ୍ପାଦନ ହେବ । ସବୁଠାରୁ ବଡ କଥା ହେଉଛି ଗ୍ରାମବାସୀଙ୍କୁ ଏପରି ବ୍ୟବସ୍ଥା ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି । ଏଥିପାଇଁ ୮୦.୬୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହନ ଦେବାକୁ ଏହା ହେଉଛି ସରକାରଙ୍କର ଏକ ପ୍ରଚେଷ୍ଟା ।