ପେଟ୍ରୋଲ-ଡିଜେଲ ଦରବୃଦ୍ଧିକୁ ନେଇ ରାଜ୍ୟସଭାରେ ହଙ୍ଗାମା : ମୋଦିଙ୍କ ବିରୋଧରେ ବିରୋଧୀ ସଦସ୍ୟଙ୍କ ନାରାବାଜି; ଗୃହ ମୁଲତବୀ

ଆଲୋଚନା ପାଇଁକଂଗ୍ରେସ ଆଣିଲା ମୁଲତବୀ ପ୍ରସ୍ତାବ

107

କନକ ବ୍ୟୁରୋ : ତେଲ ପାଇଁ ହଙ୍ଗାମା । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ରାଜ୍ୟସଭାରେ ଆଜି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି । ବିରୋଧୀ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବି ନାରାବାଜି କରିଥିଲେ । ଫଳରେ ରାଜ୍ୟସଭା ସଭାପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ହଙ୍ଗାମା ଯୋଗୁଁ ପ୍ରଥମେ ଗୃହକୁ ଦିନ ୧୧ଟା ଓ ପରେ ଦିନ ଦିନ ଗୋଟାଏ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ସଭାପତି ।

ତେଲ ଦର ବୃଦ୍ଧି ପ୍ରତିବାଦରେ ଆଜି ଗୃହର ପ୍ରଥମାର୍ଦ୍ଧରେ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଯୋଗୁଁ ଗୃହକୁ ଦିନ ୧୧ଟା ଯାଏଁ ସଭାପତି ମୁଲତବୀ ଘୋଷଣା କରାଯାଇଥିଲା । ଦିନ ୧୧ଟା ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ତୈଳଦର ବୃଦ୍ଧି ସମ୍ପର୍କରେ ଆଲୋଚନା ପାଇଁ ବିରୋଧୀ ଅଡିବସିଥିଲେ । ସଭାପତି ଏହାକୁ ଗ୍ରହଣ କରିନଥିଲେ । ଫଳରେ ଗୃହକୁ ଦିନ ଗୋଟାଏ ଯାଏଁ ମୁଲତବୀ ଘୋଷଣା କରାଯାଇଛି ।

ବିରୋଧୀ ଗୃହରେ ଅଭିଯୋଗ କରିଛନ୍ତି, ପେଟ୍ରୋଲ,ଡିଜେଲ ଓ ଗ୍ୟାସ ଦର ବର୍ତମାନ ଆକାଶଛୁଆଁ ହୋଇଛି । ଏଥିପାଇଁ ଗରିବ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାର ଏହା ଉପରେ ଆଲୋଚନା କରି ତୁରନ୍ତ ପଦକ୍ଷେପ ନିଅନ୍ତୁ । ତେଲ ଦର ବୃଦ୍ଧି ନେଇ ଉଭୟ ରାଜ୍ୟସଭା ଓ ଲୋକସଭାରେ ମୁଲତବୀ ପ୍ରସ୍ତାବ ଦେଇ ତୈଳଦର ବୃଦ୍ଧି ନେଇ ଆଲୋଚନା କରିବାକୁ ଦାବି କରାଯାଇଛି ।