କାଶ୍ମୀର ମାମଲାରେ ଭାରତକୁ ସମର୍ଥନ କରୁଥିବା ଦେଶ ଉପରେ ପାକିସ୍ତାନ କ୍ଷେପଣାସ୍ତ୍ର ମାଡ଼ କରିବ ଏବଂ ତାକୁ ଇସଲାମାବାଦର ଶତ୍ରୁ ବୋଲି ବିବେଚନା କରାଯିବ କହି ଜଣେ ପାକିସ୍ତାନୀ ମନ୍ତ୍ରୀ ବିବାଦର ସୂତ୍ରପାତ କରିଛନ୍ତି। ମଙ୍ଗଳବାର ଦିନ ଏକ କାର୍ଯ୍ୟକ୍ରମରେ କାଶ୍ମୀର ବ୍ୟାପାର ଏବଂ ଗିଲଗିତ୍ ବାଲତିସ୍ତାନର ମନ୍ତ୍ରୀ ଅଲି ଅମିନ ଗନ୍ଦାପୁର କହିଛନ୍ତି: ଯଦି କାଶ୍ମୀର ବିଷୟରେ ଭାରତ ସହ ଉତ୍ତେଜନା ବଢ଼େ ପାକିସ୍ତାନ ଯୁଦ୍ଧ କରିବାକୁ ବାଧ୍ୟ ହେବ। ସୁତରାଂ, ଯେଉଁ ଦେଶଗୁଡ଼ିକ ପାକିସ୍ତାନକୁ ସମର୍ଥନ ନ କରି ଭାରତକୁ ସମର୍ଥନ କରୁଛନ୍ତି ସେମାନଙ୍କୁ ଆମର ଶତ୍ରୁ ବୋଲି ବିବେଚନା କରାଯିବ ଏବଂ ଭାରତ ଓ ସମର୍ଥନ କରୁଥିବା ସେ ଦେଶଗୁଡ଼ିକ ଉପରକୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯିବ।
ମନ୍ତ୍ରୀ ଏ ଭଳି ଉତ୍ତେଜକ ଭାଷଣ ଦେଉଥିବା ଭିଡିଓର କିଛି ଅଂଶ ପାକିସ୍ତାନୀ ସାମ୍ବାଦିକ ନୈଲା ଇନାୟତ୍ ଟୁଇଟ୍ କରିଛନ୍ତି। ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପ୍ରସଙ୍ଗ ଭାରତ ଆଭ୍ୟନ୍ତରୀଣ ବ୍ୟାପାର ବୋଲି ଭାରତ କହି ଆସୁଛି। ସାର୍କ ଦେଶସମୂହ ଏବଂ ଆରବ ସମୁଦାୟ ସମେତ ଅନେକ ଦେଶ ଭାରତକୁ ଏ ପ୍ରସଙ୍ଗରେ ସମର୍ଥନ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/images-1-11.jpg)
/kanak/media/post_attachments/wp-content/uploads/2019/10/images-3-8-300x168.jpg)