ତୃତୀୟ ଦିନର ଗଣତି : ୨୩୧ ଜିଲ୍ଲାପରିଷଦ ଜୋନର ଆସିବ ରେଜଲ୍ଟ; ଆଜି ସ୍ପଷ୍ଟ ହେବ କେଉଁ ଜିଲ୍ଲାରେ କିଏ ଦଖଲ କରିବ ଅଧ୍ୟକ୍ଷ ପଦ

96

କନକ ବ୍ୟୁରୋ : ଆଜି ଭୋଟ ଗଣତିର ତୃତୀୟ ଦିନ । ଆଜି ସାରା ରାଜ୍ୟର ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ କିଏ କେଉଁଠି ଅଧ୍ୟକ୍ଷ ପଦ ଦଖଲ କରିବ । ଭୋଟ୍ ଗଣତିର ପ୍ରଥମ ଦୁଇ ଦିନରେ ବିଜେଡି ଭଲ ପ୍ରଦର୍ଶନ କରିଛି । ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଜୋନରେ ଗଣତି ହୋଇଥିଲା । ସେଥିରୁ ବିଜେଡି ୨୮୨ ଆସନରେ ବିଜୟୀ ହୋଇଛି । ବିଜେପିକୁ ମିଳିଛି ୧୫ଟି ଆସନ । କଂଗ୍ରେସ ଜିତିଛି ୧୪ଟି ଜିଲ୍ଲା ପରିଷଦ ଜୋନରେ । ସେହିପରି ସ୍ୱାଧୀନକୁ ମିଳିଛି ୨ଟି ଏବଂ ଅନ୍ୟାନ୍ୟ ଦଳ ଦୁଇଟି ଆସନ ଅକ୍ତିଆର କରିଛନ୍ତି ।

ଦ୍ୱିତୀୟ ଦିନରେ ୩୦୬ ଜୋନରେ ଗଣତି ହୋଇଥିଲା । ରାତି ୧୧ଟା ସୁଦ୍ଧା ୮୦ଟି ଜିଲ୍ଲା ପରିଷଦ ଜୋନରେ ରେଜଲ୍ଟ ଆସିଥିଲା । ସେଥିରୁ ବିଜେଡି ୭୧ଟି, ବିଜେପି ୨ଟି ଏବଂ କଂଗ୍ରେସ ୭ଟି ଆସନରେ ବିଜୟୀ ହୋଇଛି । ତେବେ ଟ୍ରେଣ୍ଡକୁ ବିଚାର କଲେ ପ୍ରଥମ ଦୁଇ ଦିନରେ ୫୫୩ ଆସନରେ ବିଜେଡି ଆଗୁଆ ରହିଛି । ୩୧ ଆସନରେ ବିଜେପି, କଂଗ୍ରେସକୁ ୨୯, ସ୍ୱାଧୀନ ଓ ଅନ୍ୟାନ୍ୟ ଦଳ ୭ଟି ଆସନରେ ଆଗୁଆ ରହିଛି । ଆଜି ଭୋଟ୍ ଗଣତିର ଶେଷ ଦିନ । ମୋଟ୍ ୮୫୧ ଆସନର ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବ । ଏହାପରେ କେଉଁ ଦଳ କେତେ ଆସନ ମିଳିଲା ତାହା ସ୍ୱଷ୍ଟ ହୋଇଯିବ ।