କନକ ବ୍ୟୁରୋ : ପଞ୍ଚାୟତ ଭୋଟ ଗଣତି ଉପରେ ସମସ୍ତଙ୍କ ନଜର ରହିଛି । ତେବେ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ରହିଛି, ଯେ କେମିତି ହେବ ଭୋଟ୍ ଗଣତି ? ଆସନ୍ତୁ ଜାଣିବା ଭୋଟ୍ ଗଣତିର ପୂରା ପ୍ରକ୍ରିୟା ।

Advertisment

ପଞ୍ଚାୟତ ଫଳାଫଳକୁ ନେଇ ବଢ଼ୁଛି ଉତ୍କଣ୍ଠା । କେମିତି ଆସିବ ପଞ୍ଚାୟତର ପୂରା ରେଜଲ୍ଟ ? ଆସନ୍ତା ୨୬, ୨୭, ଆଉ ୨୮ ତାରିଖରେ ହେବ ପଞ୍ଚାୟତ ନିର୍ବାଚନର ଗଣତି । ନନଷ୍ଟପ ମୋଡରେ ଗଣତି ପାଇଁ ପ୍ରସ୍ତୁତି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପ୍ରଥମ ଦିନରେ ୩ ଶହ ୧୫ ଜିଲ୍ଲା ପରିଷଦ ଜୋନର ରେଜଲ୍ଟ ପ୍ରକାଶ ପାଇବ । ସେହିଭଳି ଦ୍ୱିତୀୟ ଦିନରେ ୩୦୭ ଓ ତୃତୀୟ ଦିନରେ ୨୨୯ ଜିଲ୍ଲା ପରିଷଦ ଜୋନର ପ୍ରକାଶ ପାଇବ ଫଳାଫଳ ।

କେମିତି ହେବ ଗଣତି ? କେମିତି ରହିବ ପୁରା ପ୍ରକ୍ରିୟା ? ଗଣତିର ପୁରା ପ୍ରକ୍ରିୟା ନେଇ ନଜର ପକାନ୍ତୁ ।

-ଜିଲ୍ଲା ପରିଷଦ ଜୋନ୍ ଅନୁସାରେ ଗଣତି କରାଯିବ 

-ପ୍ରତି ଜୋନରେ ଯେତିକି ଗ୍ରାମ ପଞ୍ଚାୟତ ରହିଛି ସେତିକି ଟେବୁଲ ରହିବ 

- ଓଡ଼ିଆ ବର୍ଣ୍ଣମାଳା ଅନୁସାରେ ପଞ୍ଚାୟତଗୁଡିକୁ ଟେବୁଲ ଦିଆଯିବ

- ଗୋଟିଏ ଟେବୁଲରେ ଜଣେ କାଉଣ୍ଟିଙ୍ଗ ସୁପରଭାଇଜର, ଦୁଇଜଣ ଆସିଷ୍ଟାଣ୍ଟ କାଉଣ୍ଟିଙ୍ଗ ଅଫିସର, ଜଣେ ଗ୍ରୁପ ଡି କର୍ମଚାରୀ ରହିବେ

-ପ୍ରତି ପ୍ରାର୍ଥୀଙ୍କ ଜଣେ ଜଣେ ଏଜେଣ୍ଟ ରହିବେ

-ଯେତେ ଜଣ ପ୍ରାର୍ଥୀ ସେତିକି ଟ୍ରେ  ଟେବୁଲରେ ରହିବ

-ଆଉ ଗୋଟିଏ ଟ୍ରେ ନାକଚ ପାଇଁ ରହିବ

-ବାଲଟ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯିବ

-ପ୍ରଥମେ ୱାର୍ଡ ମେମ୍ବର, ପରେ ସରପଞ୍ଚ, ପରେ ସମିତି ସଭ୍ୟ ଓ ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟଗଣତି ହେବ

-ବ୍ଲକ ଅଫିସରେ ପର୍ଯ୍ୟାୟ କ୍ରମେ ଫଳାଫଳ ଘୋଷଣା କରାଯିବ 

ସକାଳ ୮ଟାରୁ ଗଣତି ଆରମ୍ଭ ହେବ । ପ୍ରଥମ ଦିନରେ ଧାର୍ଯ୍ୟ କରାଯାଇଥିବା ସିଟର ଫଳାଫଳ ଆସିବା ପର୍ଯ୍ୟନ୍ତ ଗଣତି ଜାରି ରହିବ ।