ଆଜି ଆସିବ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳ ନିର୍ବାଚନ ଫଳାଫଳ : ଫୋକସରେ ପଶ୍ଚିମବଙ୍ଗ ରେଜଲ୍ଟ

ଦିଦି ଆସନ ବଜାୟ ରଖିବେ ନା ପରିବର୍ତନ ଆଣିବ ମୋଦିଙ୍କ ଟିମ୍, ତା ଉପରେ ସମସ୍ତଙ୍କ ନଜର

185

କନକ ବ୍ୟୁରୋ : ଆଜି ଆସିବ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରର ନିର୍ବାଚନ ଫଳାଫଳ । ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀର କିଏ କ୍ଷମତାକୁ ଆସିବ ଏହି ଫଳାଫଳ । ବିଶେଷକରି ପଶ୍ଚିମବଙ୍ଗ ଉପରେ ସାରାଦେଶର ନଜର ରହିଛି । କାରଣ ଏଠାରେ କେନ୍ଦ୍ରରେ ଗାଦିରେ ଥିବା ବିଜେପି ଓ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହୋଇଛି । ପଶ୍ଚିମବଙ୍ଗ ଦଖଲ କରିବା ପାଇଁ ବିଜେପି ତାର ସମସ୍ତ କଳ ବଳ କୌଶଳକୁ ଲଗାଇ ଦେଇଥିଲା ।

ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସମେତ ଦଳର ଏକାଧିକ ମନ୍ତ୍ରୀ ସେଠାରେ ମାରାଥନ ପ୍ରଚାର କରିଥିଲେ । ଅନ୍ୟପଟେ ନରେନ୍ଦ୍ର ମୋଦିଙ୍କ ତୀବ୍ର ବିରୋଧୀ ଭାବେ ଜଣାଶୁଣା ତୃଣମୂଳ ମୁଖ୍ୟ ମମତା ବାନାର୍ଜୀ ପାଇଁ ଏହି ନିର୍ବାଚନ ଅଗ୍ନିପରୀକ୍ଷା ସଦୃଶ ହୋଇଛି । ଯଦି ବିଜୟୀ ହେବେ ତେବେ ବିରୋଧୀ ଶିବିରରେ ସେ ଏକ ବଡ ଚେହେରା ଭାବେ ଉଭା ହେବେ । ଅନ୍ୟପଟେ ଯଦି ପରାସ୍ତ ହେଉଛନ୍ତି ତେବେ ବିଜେପି ପୂର୍ବ ଭାରତର ଅନ୍ୟ ରାଜ୍ୟକୁ ଫୋକସ କରିବ ବୋଲି ପୂର୍ବରୁ ଘୋଷଣା କରିଛି ।

ସେହିପରି ତାମିଲନାଡୁରେ ପ୍ରଥମ ଥର ପାଇଁ କରୁଣାନିଧି ଓ ଜୟଲଳିତାଙ୍କ ଅନୁପସ୍ଥିତିରେ ବଡ ନିର୍ବାଚନ ହୋଇଛି । ଏବଂ ଷ୍ଟାଲିନଙ୍କ ନେତୃତ୍ୱରେ ଡିଏମକେ ଲଢ଼େଇ କରିଛି । ଏଥିସହ ତାମିଲନାଡୁ ଦକ୍ଷିଣ ଭାରତର ସବୁଠୁ ବଡ ରାଜ୍ୟ ହୋଇଥିବାରୁ ତା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ସେହିପରି କେରଳରେ ସରକାର ବଦଳୁଛି ନା ପୁଣି ବାମ ସାମୁଖ୍ୟ କ୍ଷମତାକୁ ଫେରୁଛି , ଆସାମରେ କଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।