କନକ ବ୍ୟୁରୋ : କନକ ବ୍ୟୁରୋ : ଜନାଦେଶ ୨୦୨୨ । ପ୍ରାରମ୍ଭିକ ଟ୍ରେଣ୍ଡରେ ଉତ୍ତରାଖଣ୍ଡରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଚାଲିଛି । ଉତ୍ତରାଖଣ୍ଡରେ ୭୦ଟି ଆସନରୁ ୨୫ଟିର ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି । ସେଥିମଧ୍ୟରୁ ବିଜେପି ୧୨, କଂଗ୍ରେସ ୧୩ । କିନ୍ତୁ ଆପ ଓ ଅନ୍ୟାନ୍ୟ ଦଳ ଏ ପର୍ଯ୍ୟନ୍ତ ଖାତା ଖୋଲି ପାରିନାହାନ୍ତି । ଏଥର ସରକାର କିଏ ଗଢିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Advertisment

ତେବେ ଉତ୍ତରାଖଣ୍ଡରେ ମୋଟ୍ ୭୦ଟି ବିଧାନସଭା ଆସନ ଅଛି । ୨୦୧୭ରେ ୫୭ଟି ଜିତି ପ୍ରଚଣ୍ଡ ବହୁମତ ସହ ବିଜେପି ସରକାର ଗଢିଥିଲା । କଂଗ୍ରେସକୁ ୨୦୧୭ ନିର୍ବାଚରେ ମିଳିଥିଲା ମାତ୍ର ୧୧ଟି ଆସନ ପ୍ରଥମେ ତ୍ରିଭେନ୍ଦ୍ର ସିଂ ରାୱତଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିଥିଲା । ୪ ବର୍ଷ ପରେ ତାଙ୍କୁ ହଟାଇ ତୀରଥ ସିଂ ଓ କିଛିମାସ ପରେ ପୁଷ୍କର ସିଂ ଧାମିଙ୍କୁ ବସାଇଲା ।କ୍ଷମତାରେ ବିଜେପି ଥିବାବେଳେ ଟକ୍କର ଦେଉଛନ୍ତି କଂଗ୍ରେସ ଓ ଆପ । ପ୍ରଥମଥର କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ମୈଦାନରେ ରହିଛି ।