ମିଜୋରାମରେ ଭୋଟ ଗଣତି ଆରମ୍ଭ: ୪୦ଟି ବିଧାନସଭା ଆସନରେ ଚାଲିଛି ଭୋଟ ଗଣତି

129

କନକ ବ୍ୟୁରୋ: ଆରମ୍ଭ ହୋଇଛି ମିଜୋରାମ ନିର୍ବାଚନର ଭୋଟ୍ ଗଣତି । ୪୦ ବିଧାନସଭା ଆସନ ବିଶିଷ୍ଟ ମିଜୋରାମରେ କିଏ ସରକାର ଗଢିବ ତା ଉପରେ ନଜର ରହିଛି । ମିଜୋରାମରେ ଏବେ ସରକାରରେ ଅଛି ଏମ୍ଏନ୍ଏଫ ବା ମିଜୋ ନେସନାଲ ଫ୍ରଂଟ । ହେଲେ ଏଗଜିଟ୍ ପୋଲ ଅନୁସାରେ ଜୋରାମ୍ ପିପୁଲ୍ସ ଫ୍ରଂଟକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ୧୮ ମହିଳାଙ୍କ ସମେତ ୧୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ମିଜୋରାମ୍ରେ ଏମ୍ଏନ୍ଏଫ, ଜେଡ୍ପିଏଫ୍ ଓ କଂଗ୍ରେସ ୪୦ଟି ଲେଖାଏଁ ଆସନରେ ଲଢିଛନ୍ତି । ବିଜେପି ୧୩ଟି ଆସନରେ ପ୍ରାଥୀ ଛିଡା କରିଥିଲା । ସେହିପରି ପ୍ରଥମ ଥର ଆପ୍ ୪ଟି ଆସନରେ ପ୍ରାର୍ଥୀ ଛିଡା କରିଥିଲା । ଏହା ସହ ୧୭ ଜଣ ନିର୍ଦଳୀୟ ପ୍ରାର୍ଥୀଙ୍କ ମଧ୍ୟ ଭାଗ୍ୟ ନିର୍ଦ୍ଧାରଣ ହେବ ।