ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି ଆରମ୍ଭ: ପ୍ରଥମେ ୨୯୬ଟି ପୋଷ୍ଟାଲ ବାଲାଟ ଗଣତି

155

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟରୁ ଗଣତି ଆରମ୍ଭ ହୋଇଛି । ୨୯୬ଟି ପୋଷ୍ଟାଲ ବାଲାଟ ଗଣତି ହେଉଛି । ୮ଟା.୩୦ରେ ହେବ ଇଭିଏମ ଗଣତି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ୨୪ଟି ସର୍ଭିସ ଭୋଟରଙ୍କ ଭୋଟ୍ ଓ ୨୭୨ଟି ଅନୁପସ୍ଥିତ ଭୋଟରଙ୍କ ଭୋଟ୍ ଗଣତି ହେବ । ଅନୁପସ୍ଥିତ ଭୋଟରଙ୍କ ମଧ୍ୟରେ ମତଦାନ କେନ୍ଦ୍ରକୁ ଆସିପାରିନଥିବା ଦିବ୍ୟାଙ୍ଗ ଓ ୮୦ ବର୍ଷରୁ ଊଦ୍ଧ୍ୱର୍ ନାଗରିକ ସାମିଲ ଅଛନ୍ତି ।

ପଦ୍ମପୁରରେ ବିଜେଡି ତା’ର ଆସନ ବଜାୟ ରଖୁଛି ନା ଧାମନଗର ପରି ପଦ୍ମପୁରରେ ପଦ୍ମ ଫୁଟାଇବ ବିଜେପି, ତା’ ଉପରେ ସମସ୍ତଙ୍କ ନଜର । ବିଜେଡି ପ୍ରାର୍ଥୀ ବର୍ଷା ବରିହା ସିଂ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ସକାଳ ୮ଟାରୁ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ପଦ୍ମପୁର ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଭୋଟ୍ ଗଣତି କରାଯିବ । ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ତତ୍ୱାବଧାନରେ ଗଣତି ହେବ । ଗଣନା ପାଇଁ ୩ଜଣ ସହକାରୀ ରିଟର୍ଣ୍ଣିଂ ଅଫିସର ରହିବେ । ୨୩ ରାଉଣ୍ଡ ଗଣନା ପରେ ଫଳାଫଳ ବାହାରିବ ।