କନକ ବ୍ୟୁରୋ: ଆସନ୍ତାକାଲି ପ୍ରକାଶ ପାଇବ ପଦ୍ମପୁର ଉପନିର୍ବାଚନ ଫଳାଫଳ । ସକାଳ ୮ଟାରୁ ହେବ ଭୋଟ୍ ଗଣତି । ୧୪ଟି ଟେବୁଲ ୨୩ରାଉଣ୍ଡ ଗଣତି ହେବ । ୧୧ଜଣ ପ୍ରାର୍ଥୀ ଥିବାରୁ ଏବଂ ୩୧୯ଟି ବୁଥ୍ରେ ଭୋଟ୍ ପଡିଥିବରା ଯୋଗୁଁ ଗଣତିରେ ଅଧିକ ସମୟ ଲାଗିବ । ପ୍ରଥମେ ପୋଷ୍ଟାଲ ବାଲାଟର ଗଣତି ହେବା ପରେ ୮ଟା ୩୦ରୁ ଇଭିଏମ ଗଣତି ହେବ । ପ୍ରତ୍ୟେକ ଟେବୁଲରେ ୩ଜଣ ରହିବେ । କାଉଟିଂ ବେଳେ କୌଣସି ଯାନ୍ତ୍ରୀକ ତ୍ରୁଟି ହେଲେ କେନ୍ଦ୍ରୀୟ ଅଧିକାରୀ ତାର ସମାଧାନ କରିବେ । ଏହାସହ କାଉଟିଂ ଏଜେଂଟ ପ୍ରତ୍ୟେକ ଟେବୁଲରେ ରହିବେ । କେବଳ ପ୍ରିଜାଇଡିଂ ଅଫିସର ସମେତ ୩ଜଣଙ୍କୁ ମୋବାଇଲ ନେବାକୁ ଅନୁମତି ରହିଛି । ଭୋଟିଂ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କାଉଂଟି ବାହାରେ ସିଆରପିଏଫ, ଓଡ଼ିଶା ପୁଲିସ ସୁରକ୍ଷାରେ ରହିବେ ।

Advertisment

ଗଣମାଧ୍ୟମ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପାସ୍ ପାଇଥିବା ପ୍ରତିନିଧି ଛୋଟ ଛୋଟ ଗ୍ରୁପରେ ଯିବେ । ଇଭିଏମ ପାଖକୁ ଯାଇ ଇଭିଏମର ଭିଡିଓ ଉତୋଳନ କରିପାରିବେ ନାହିଁ । ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଥିବା ବେଳେ ଫଳାଫଳକୁ ନେଇ ନେତାଙ୍କ ଛାତି ଧଡପଡ ହେଉଛି । ସେପଟେ ତ୍ରିସ୍ତରୀୟ କଡା ସୁରକ୍ଷା ବଳୟରେ ରହିଛି ଷ୍ଟ୍ରଙ୍ଗରୁମ । ପଦ୍ମପୁର ଆରଏମସି ମାର୍କେଟ ସ୍ଥିତ ଷ୍ଟ୍ରଙ୍ଗରୁମର ସୁରକ୍ଷା ଦାୟିତ୍ୱରେ ସିଆରପିଏଫ, ବିଏସଏଫ ଯବାନ ଓଡିଶା ପୁଲିସ ନିୟୋଜିତ ହୋଇଛନ୍ତି । ଏଥିସହ ସିସିଟିଭି କ୍ୟାମେରା ଜରିଆରେ ଷ୍ଟ୍ରଙ୍ଗରୁମ ଉପରେ ନଜର ରଖାଯାଇଛି । ଆସନ୍ତାକାଲି ସକାଳେ ପଦ୍ମପୁର ଆରଏମସି ମାର୍କେଟ ସ୍ଥିତ ଷ୍ଟ୍ରଙ୍ଗରୁମର ଭୋଟ ଗଣତି କରାଯିବ ।