କନକ ବ୍ୟୁରୋ: ଆସୁଛି ୫ ରାଜ୍ୟର ଗଣତିର ଟ୍ରେଣ୍ଡ୍, କର୍ମୀଙ୍କଠୁ ଆରମ୍ଭ କରି ଶୀର୍ଷ ନେତାଙ୍କ ଛାତିରେ ଛନକା ଭରୁଛି ପ୍ରାରମ୍ଭିକ ଟ୍ରେଣ୍ଡ୍ । ଜନାଦେଶ ୨୦୨୨ରେ କିଏ କେଉଁ ଆସନରେ ବାଜିମାତ୍ କରିବ ସେନେଇ ଧିରେ ଧିରେ ଟ୍ରେଣ୍ଡରୁ ମିଳୁଛି ସଙ୍କେତ । ଦିନ ୧୧ଟା ସୁଦ୍ଧା ହସ୍ତଗତ ହୋଇଥିବା ପ୍ରାରମ୍ଭିକ ଟ୍ରେଣ୍ଡରେ ୩ ମୁଖ୍ୟମନ୍ତ୍ରୀ ପଛରେ । ସେମାନେ ହେଲେ ପଞ୍ଜାବର ଚରଣଜିତ୍ ସିଂ ଚନ୍ନି, ଗୋଆରେ ପ୍ରମୋଦ ସାୱନ୍ତ ଓ ଉତ୍ତରାଖଣ୍ଡରେ ପୁଷ୍କର ସିଂ ଧାମି ପଛରେ ରହିଛନ୍ତି। ଏପଟେ ପୂର୍ବଥର ଭଳି ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଓ ମଣିପୁରରେ ଏନ ବିରେନ ସିଂ ବହୁ ଆଗରେ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ଆଗେଇ ଚାଲିଛନ୍ତି ।

Advertisment

ଉତ୍ତର ପ୍ରଦେଶ
- ଉତ୍ତର ପ୍ରଦେଶରେ ମୋଟ୍ ୪୦୩ ବିଧାନସଭା ଆସନ
- ୩୧୨ଟି ଆସନ ଜିତି କ୍ଷମତାରେ ଅଛି ଭାରତୀୟ ଜନତା ପାର୍ଟି
- ବିଜେପି ନେତୃତ୍ୱରେ ୩୨୫ ବିଧାୟଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଯୋଗୀ
- ୟୁପିରେ ପୁରା ୫ ବର୍ଷ କ୍ଷମତାରେ ରହିବାରେ ଯୋଗୀ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ
- ୩ ଦଶନ୍ଧୀ ହେଲା ଲଗାତର ୨ଟି ଟର୍ମ କ୍ଷମତାରେ ରହିନାହାନ୍ତି କୌଣସି ମୁଖ୍ୟମନ୍ତ୍ରୀ
- ଫଳାଫଳରୁ ଜଣାପଡିବ କେନ୍ଦ୍ରରେ ମୋଦୀ ସରକାରଙ୍କ ଲୋକପ୍ରିୟତା
- ଯୋଗୀ ସରକାରଙ୍କ ୫ ବର୍ଷର ହେବ ମୂଲ୍ୟାୟନ
- ଯୋଗୀ ଜିତିଲେ ଜାତୀୟ ରାଜନୀତିରେ ବଢିବ ପ୍ରଭାବ
- ପ୍ରଦର୍ଶନ ଖରାପ ହେଲେ ୨୦୨୪ ଲୋକସଭା ନିର୍ବାଚନ ଉପରେ ପଡିବ ପ୍ରଭାବ

ପଞ୍ଜାବ ପତିଆରା

- ୨୦୧୭ରେ ୭୭ ଆସନ ଜିତି କ୍ଷମତାରେ ବସିଥିଲା କଂଗ୍ରେସ
- ସିରୋମଣି ଅକାଳୀ ଦଳ ଓ ବିଜେପିକୁ ମିଳିଥିଲା ୧୮ ଆସନ
- ୨୦ଟି ଆସନ ଜିତି ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିଲା ଆପ୍
- ଏଥର ବିଜେପି ସହ ହାତ ମିଳାଇଛନ୍ତି ପୂର୍ବତ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ
- ମୁଖ୍ୟମନ୍ତ୍ରୀ ଥାଇ ଅମରନ୍ଦରଙ୍କୁ ଦଳରୁ ବିଦା କରିଥିଲା କଂଗ୍ରେସ
- ପଞ୍ଜାବ ଲୋକ ଦଳ ଗଢି ନିର୍ବାଚନକୁ ଓହାଇଥିଲେ ଅମରିନ୍ଦର
- ସିରୋମଣି ଅକାଳି ଦଳ ସହ ହାତ ମିଳାଇଛି ବିଏସପି
- ପଞ୍ଜାବରେ ଅଛି ମୋଟ୍ ୧୧୭ଟି ବିଧାନସଭା ଆସନ

ମଣିପୁର ଗଣିତ
- ୨୦୧୭ରେ ସର୍ବାଧିକ ୨୮ଟି ଆସନ ଜିତିଥିଲା କଂଗ୍ରେସ
- ହେଲେ ମେଂଟ କରି କ୍ଷମତା ହାତେଇ ନେଲା ବିଜେପି
- ୩ଟି ଆଂଚଳିକ ଦଳ ସହ ହାତ ମିଳାଇଥିଲା ବିଜେପି
- ଏନପିପି, ଏଲଜେପି ଓ ସ୍ୱାଧୀନଙ୍କୁ ନେଇ ସରକାର ଗଢିଲା ବିଜେପି
- ୬୦ ବିଧାନସଭା ଆସନ ବିଶିଷ୍ଟ ମଣିପୁରରେ ବୀରେନ୍ଦ୍ର ସିଂ ମୁଖ୍ୟମନ୍ତ୍ରୀ
- ପ୍ରଥମଥର ନୀତିଶ କୁମାରଙ୍କ ଜେଡିୟୁ ମୈଦାନକୁ ଓହ୍ଲାଇଛି

ଉତ୍ତରାଖଣ୍ଡର ଗଣିତ
- ଉତ୍ତରାଖଣ୍ଡରେ ମୋଟ୍ ୭୦ଟି ବିଧାନସଭା ଆସନ ଅଛି
- ୨୦୧୭ରେ ୫୭ଟି ଜିତି ପ୍ରଚଣ୍ଡ ବହୁମତ ସହ ସରକାର ଗଢିଥିଲା ବିଜେପି
- କଂଗ୍ରେସକୁ ୨୦୧୭ ନିର୍ବାଚରେ ମିଳିଥିଲା ମାତ୍ର ୧୧ଟି ଆସନ
- ପ୍ରଥମେ ତ୍ରିଭେନ୍ଦ୍ର ସିଂ ରାୱତଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି
- ୪ ବର୍ଷ ପରେ ତାଙ୍କୁ ହଟାଇ ତୀରଥ ସିଂ ଓ କିଛିମାସ ପରେ ପୁଷ୍କର ସିଂ ଧାମିଙ୍କୁ ବସାଇଲା
- କ୍ଷମତାରେ ବିଜେପି ଥିବାବେଳେ ଟକ୍କର ଦେଉଛନ୍ତି କଂଗ୍ରେସ ଓ ଆପ
- ପ୍ରଥମଥର ମୈଦାନରେ ଅଛି କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି

ଗୋଆ
- ୨୦୧୭ରେ ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇଥିଲା କଂଗ୍ରେସ
- ୪୦ରୁ ୧୭ଟି ଆସନ ଜିତିଥିଲେ ମଧ୍ୟ ସରକାର ଗଢି ପାରିନଥିଲା
- ୧୩ଟି ଆସନ ଜିତିଥିଲେ ମଧ୍ୟ ସରକାର ଗଢିପାରିଲା ବିଜେପି
- ସ୍ୱାଧୀନ ଓ ଅନ୍ୟ ଆଂଚଳିକ ଦଳ ସହ ମିଶି କ୍ଷମତାରେ ବସିଲା
- ଏମଜିପି ଓ ଜିଏଫପି ସହ ହାତ ମିଳାଇଥିଲା ବିଜେପି
- ମନୋହର ପାରିକର ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ
- ୨୦୧୯ରେ ପାରିକରଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ହେଲେ ପ୍ରମୋଦ ସାୱନ୍ତ
- ଏଥର ଗୋଆରେ ପାଦ ଥାପିବାକୁ ଚାହୁଁଛନ୍ତି ଟିଏମସି ଓ ଆପ୍