କନକ ବ୍ୟୁରୋ: ଚାଲିଛି ଭୋଟ୍ ଗଣତି, ଉତ୍ତରପ୍ରଦେଶରେ ଟ୍ରେଣ୍ଡ ଦେଉଛି ଛନକା ସକାଳ ୮.ଟା ୪୦ ସୁଦ୍ଧା ଟ୍ରେଣ୍ଡରେ ବିଜେପି ଓ ସପା ମଧ୍ୟରେ ଚାଲିଛି ଛକାପଞ୍ଝା ବିଜେପି ୬୭ ଆସନରେ ଆଗୁଆ ଥିବାବେଳେ ସପା ୬୦ଟି ଆସନରେ ଆଗେଇ ଚାଲିଛି । ଦେଶର ସବୁଠାରୁ ବଡ ନିର୍ବାଚନ କ୍ଷେତ୍ରରେ କିଏ ମାରିବ ବାଜି ତାହା ଜାଣିବାକୁ ଉକ୍ରଣ୍ଠାର ସହ ଚାହିଁ ରହିଛନ୍ତି ଦେଶବାସୀ ।
ଉତ୍ତର ପ୍ରଦେଶ
- ଉତ୍ତର ପ୍ରଦେଶରେ ମୋଟ୍ ୪୦୩ ବିଧାନସଭା ଆସନ
- ୩୧୨ଟି ଆସନ ଜିତି କ୍ଷମତାରେ ଅଛି ଭାରତୀୟ ଜନତା ପାର୍ଟି
- ବିଜେପି ନେତୃତ୍ୱରେ ୩୨୫ ବିଧାୟଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଯୋଗୀ
- ୟୁପିରେ ପୁରା ୫ ବର୍ଷ କ୍ଷମତାରେ ରହିବାରେ ଯୋଗୀ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ
- ୩ ଦଶନ୍ଧୀ ହେଲା ଲଗାତର ୨ଟି ଟର୍ମ କ୍ଷମତାରେ ରହିନାହାନ୍ତି କୌଣସି ମୁଖ୍ୟମନ୍ତ୍ରୀ
- ଫଳାଫଳରୁ ଜଣାପଡିବ କେନ୍ଦ୍ରରେ ମୋଦୀ ସରକାରଙ୍କ ଲୋକପ୍ରିୟତା
- ଯୋଗୀ ସରକାରଙ୍କ ୫ ବର୍ଷର ହେବ ମୂଲ୍ୟାୟନ
- ଯୋଗୀ ଜିତିଲେ ଜାତୀୟ ରାଜନୀତିରେ ବଢିବ ପ୍ରଭାବ
- ପ୍ରଦର୍ଶନ ଖରାପ ହେଲେ ୨୦୨୪ ଲୋକସଭା ନିର୍ବାଚନ ଉପରେ ପଡିବ ପ୍ରଭାବ