ରାଜ୍ୟରେ ଜୋରଦାର ଚାଲିଛି ନକଲି ନୋଟ୍ କାରବାର : ଜବତ ହେଲା ୮୫ ହଜାର ଟଙ୍କାର ଜାଲ ନୋଟ୍, ୨ ଗିରଫ

118

କନକ ବ୍ୟୁରୋ : ବାରିପଦା ଟାଉନ ଥାନା ପୋଲିସ ବିପୁଳ ପରିମାଣର ନକଲି ନୋଟ ଜବତ କରିଛି । ଏହାସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୮୫ହଜାର ଟଙ୍କାର ନକଲି ନୋଟ ଜବତ କରିବା ସହ ୨ଟି ମୋବାଇଲ ଫୋନ ଓ ଗୋଟିଏ ବାଇକ ଜବତ କରାଯାଇଛି । ଗିରଫ ଦୁଇ ଜଣ ରାସବିହାରୀ ରଣା ଓ ରାଖହରୀ ରଣା, ଝାଡଖଣ୍ଡ ବହୋଡାଗୁଡା ଅଂଚଳର ବୋଲି ଜଣାପଡିଛି ।

ବାରିପଦା ଟାଉନ ଥାନାରେ ଏନେଇ ମାମଲା ରୁଜୁ ହେବା ସହ ପୋଲିସ ଛାନଭିନ ଆରମ୍ଭ କରିଛି । ଜାଲ ନୋଟ କାରବାର ସମ୍ପର୍କରେ ମୟୁରଭଂଜ ଏସପି ସ୍ୱତନ୍ତ୍ର ଟିମ ଗଠନ କରିଥିଲେ । ଏହି ସ୍ୱତନ୍ତ୍ର ଟିମ ଜାଲ ନୋଟ ଜବତ କରିଛି । ତେବେ ଏହି ଜାଲ ନୋଟ କାରବାରରେ ଜିଲ୍ଲାର ଅନେକ ଲୋକ ସମେତ ଏହାର ଚେର ବାହାର ରାଜ୍ୟ ଯାଏଁ ଲମ୍ବି ଥିବା ଜଣାପଡିଛି ।