କନକ ବ୍ୟୁରୋ : ନିର୍ବାଚନ ସମୟରେ ଗଂଜାମ ଦିଗପହଣ୍ଡିରୁ ବିପୁଳ ପରିମାଣର ନକଲି ମଦ ଜବତ । ୨ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ଅବକାରୀ ବିଭାଗ । ସୂଚନା ପାଇ ଅବକାରୀ ବିଭାଗ ପକ୍ଷରୁ ମହୁଡା ନିକଟସ୍ଥ ବୁରୁଗାଁରେ ଚଢାଉ କରାଯାଇଥିଲା । ଏହି ସମୟରେ ବିପୁଳ ପରିମାଣର ନିକଲି ବିଦେଶୀ ଜବତ ହୋଇଥିଲା । ଗୋଟିଏ ଘରୁ ବିଭିନ୍ନ ବ୍ରାଣ୍ଡର ୨୫୪ଟି ନକଲି ମଦ ବୋତଲ, ୯୮୦ଟି ଖାଲି ବୋତଲ, ୩ ହଜାର ୬୦୦ଟି ଠିପି, ଅଧା ଲିଟର ରଙ୍ଗ ସହ ଅନେକ ସାମଗ୍ରୀ ଜବତ କରିଛି ଅବାକରୀ ବିଭାଗ ।
ନିର୍ବାଚନ ସମୟରେ ଦିଗପହଣ୍ଡିରୁ ନକଲି ମଦ ଜବତ, ୨ଜଣ ଗିରଫ
/kanak/media/post_attachments/wp-content/uploads/2022/02/vlcsnap-2022-02-07-14h08m26s974.png)