ଥାନା ସମ୍ମୁଖରେ ଚାଲିଥିଲା ନକଲି ଇଞ୍ଜିନ୍ ଅଏଲ କାରବାର । ଅଚାନକ ଚଢ଼ାଉ କଲା ବ୍ରହ୍ମପୁର ବଡବଜାର ଥାନା ପୁଲିସ ।

ଥାନା ସମ୍ମୁଖରେ ଚାଲିଥିଲା ନକଲି ଇଞ୍ଜିନ୍ ଅଏଲ କାରବାର । ଅଚାନକ ଚଢ଼ାଉ କଲା ବ୍ରହ୍ମପୁର ବଡବଜାର ଥାନା ପୁଲିସ ।

କନକ ବ୍ୟୁରୋ: ବ୍ରହ୍ମପୁର ବଡବଜାର ଥାନା ସମ୍ମୁଖରୁ ନକଲି ଅଏଲ କାରଖାନା ଠାବ । ବିପୁଳ ପରିମାଣର ନକଲି ଇଞ୍ଜିନ ଅଏଲ ସହ କଞ୍ଚାମାଲ ଜବତ ହୋଇଛି । ଏହି କାରବାରରେ ସଂପୃକ୍ତ ଥିବା ୩ଜଣଙ୍କୁ ଗିରଫ କରିଛି ପୁଲିସ । ବଡବଜାର ଥାନା ସମ୍ମୁଖ ଗଳିରେ ଏକ ଭଡା ଘରେ ନକଲି ଅଏଲ କାରଖାନା ଚାଲୁଥିବା ପୁଲିସକୁ ଖବର ମିଳିଥିଲା । ଟାଉନ ଏସଡିପିଓ ଦେବୀ ଶଙ୍କର ପ୍ରତାପଙ୍କ ନିର୍ଦ୍ଦେଶ କ୍ରମରେ ଏସଆଇ ରଞ୍ଜିତ କୁମାର ଦାଶଙ୍କ ନେତୃତ୍ୱରେ ପୁଲିସ ଟିମ ସେହି ଭଡା ଘରେ ଅଚାନକ ଚଢଉ କରିଥିଲା । ପୁଲିସ ସେହି ଘରୁ ପୋଡା ଅଏଲ ସମେତ ଖାଲି ବୋତଲ, ଠିପି, ବିଭିନ୍ନ କମ୍ପାନୀର ଲେବେଲ ଆଦି ଜବତ କରିଛି । ପୋଡା ଅଏଲ ବ୍ୟବହାର କରାଯାଇ ବିଭିନ୍ନ କମ୍ପାନୀ ନାଁରେ ଅଏଲ ବୋତଲ ପ୍ରସ୍ତୁତ କରାଯିବା ପରେ ସେଗୁଡିକୁ ବ୍ରହ୍ମପୁର ସହର ସମେତ ଗ୍ରାମାଞ୍ଚଳକୁ ପଠାଯାଉଥିବା ତଦନ୍ତରୁ ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe