କନକ ବ୍ୟୁରୋ : ଭୁବନେଶ୍ୱରର ଜବତ ହେଲା ପୁଳା ପୁଳା ନକଲି ନୋଟ୍ । ଖାରବେଳନଗର ଥାନା ପୋଲିସ ୭ ଲକ୍ଷରୁ ଅଧିକ ଟଙ୍କାର ୨୦୦ ଟଙ୍କିଆ ନକଲି ନୋଟ୍ ଜବତ କରିଛି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେମାନଙ୍କ ଠାରୁ ଏକ ଟଙ୍କା ଗଣିବା ମେସିନ୍ ମଧ୍ୟ ଜବତ କରାଯାଇଛି । ତେବେ କେଉଁଠି ଏହା ଛପା ଯାଉଥିଲା, ଏହା ପଛରେ କିଏ ଅଛି, ତା ଉପରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।