କନକ ବ୍ୟୁରୋ : ବଜାରରେ ନକଲି ସିଗାରେଟ । ରାଜଧାନୀ ଭୁବନେଶ୍ୱରରେ ବିକ୍ରି ହେଉଛି ଏହି ନକଲି ସିଗାରେଟ୍ । ରାଜଧାନୀ ଉପକଣ୍ଠ ଛତବର ଗ୍ରାମପଂଚାୟତ ଅଲକର ଗ୍ରାମରେ ଏକ ନକଲି ସିଗାରେଟ କମ୍ପାନୀ ଥିବା ଦେଖିବାକୁ ମିଳିଛି । ମିଳିତ ଭାବେ ଚଢାଉ କରି ଇଂଟେଲିଜେନ୍ସ ବ୍ୟୁରୋ ଓ ଇମ୍ପୋଭ୍ୟାଲି ଥାନା ଏହି ନକଲି ସିଗାରେଟ ଫ୍ୟାକ୍ଟ୍ରିକୁ ଜବତ କରିଛନ୍ତି । ବିହାରର ଏକ ପ୍ରତିଷ୍ଠିତ ସିଗାରେଟ କମ୍ପାନୀ ଏଚ୍ ୧୦ ନାମରେ ଏହି ନକଲି ସିଗାରେଟ ପ୍ରସ୍ତୁତ ହେଉଥିଲା । ଏହା ବ୍ୟତୀତ ଅନ୍ୟ ଏକ ସିଗାରେଟକୁ ଏସ ଷ୍ଟାର ନାମରେ ପ୍ରସ୍ତୁତ କରାଯାଉଥିଲା ।
ଗୁଇନ୍ଦା ଅଧିକାରୀଙ୍କ କହିବା ଅନୁଯାୟୀ, ଏଚ୍ ୧୦ ହେଉଛି ବିହାରର ଏକ ପ୍ରତିଷ୍ଠିତ ସିଗାରେଟ କମ୍ପାନୀ । ଏହି ନାମରେ ଏଠାରେ ପ୍ରସ୍ତୁତ ହେଉଥିଲା ନକଲି ସାମଗ୍ରୀ । ଏ ନେଇ ଗୁଇନ୍ଦା ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏବେ ଏହାର ତଦନ୍ତ କରାଯାଇ ଏହି ଫ୍ୟାକ୍ଟ୍ରିକୁ ସିଜ କରାଯାଇଛି । ଏଥିରୁ ଲକ୍ଷାଧିକ ଟଙ୍କାର ସିଗାରେଟ ଆଉ ଗୁଟଖାକୁ ଜବତ କରିଛି ଇମ୍ଫୋଭ୍ୟାଲି ଥାନା । ଏହି ବ୍ୟବସାୟ ଚଳାଇଥିଲେ ଗଞ୍ଜାମ ଜିଲ୍ଲାର ରାଜା ରାଓ । ତେବେ ତାଙ୍କୁ ଫସାଇ ଦିଆଯାଉଥିବା ସେ କହିଛନ୍ତି ।
ସାବଧାନ! ବଜାରରେ ବିକ୍ରି ହେଉଛି ନକଲି ସିଗାରେଟ । ରାଜଧାନୀ ଉପକଣ୍ଠ ଛତାବର ଗ୍ରାମପଞ୍ଚାୟତରୁ ଜବତ ହେଲା ପୁଳା ପୁଳା ନକଲି ସିଗାରେଟ୍
/kanak/media/post_attachments/wp-content/uploads/2022/12/3-8.jpg)